ବଲାଙ୍ଗିରରେ ରକ୍ତଦାନ ଶିବିରରେ ୮୩ ୟୁନିଟ୍ ରକ୍ତ ସଂଗ୍ରହ
ବଲାଙ୍ଗିର, 31 ମାର୍ଚ୍ଚ (ହି.ସ.) ସ୍ବର୍ଗତ ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ତଥା ଓଡିଶାର ପୁରାତନ ମୁଖ୍ଯମନ୍ତ୍ରୀ ଙ୍କ ୧୧୪ତମ ଜନ୍ମ ଜୟନ୍ତୀ ଅବସରରେ ବଲାଙ୍ଗିର ଗାନ୍ଧି ଷ୍ଟାଡିୟମରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରଟି ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂ
*ବଲାଙ୍ଗିରରେ ରକ୍ତଦାନ ଶିବିରରେ ୮୩ ୟୁନିଟ୍ ରକ୍ତ ସଂଗ୍ରହ*


ବଲାଙ୍ଗିର, 31 ମାର୍ଚ୍ଚ (ହି.ସ.)

ସ୍ବର୍ଗତ ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ତଥା ଓଡିଶାର ପୁରାତନ ମୁଖ୍ଯମନ୍ତ୍ରୀ ଙ୍କ ୧୧୪ତମ ଜନ୍ମ ଜୟନ୍ତୀ ଅବସରରେ ବଲାଙ୍ଗିର ଗାନ୍ଧି ଷ୍ଟାଡିୟମରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରଟି ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ତାଙ୍କ ଅଜା ମହାରାଜ ଙ୍କ ସୃତିଁ ଉଦ୍ଦେଶ୍ଯ ଓ ଉଦ୍ୟମରେ ଆୟୋଜନ କରାଯାଇଥିଲା।

ଏହି ଶିବିରରେ ମୋଟ ୮୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗଦେଇଥିଲେ। ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଏବଂ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଶିବିର କୁ ବଲାଙ୍ଗିର ଜିଲ୍ଲା ସ୍ବାସ୍ଥ୍ଯ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ମିଶ୍ର ଯୋଗଦାନ କରି ସାଧାରଣ ଜନତାଙ୍କୁ ରକ୍ତଦାନ ପାଇଁ ଆହ୍ବାନ କରିଥିବାବେଳେ ଜିଲ୍ଲାର ରକ୍ତ ଅଭାବ କୁ ଦୁର କରିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ ।

ଏହି ରକ୍ତଦାନ ଶିବିରରେ ସ୍ଥାନୀୟ ଲୋକମାନଙ୍କ ଉତ୍ସାହଭରା ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।

ଏହି ରକ୍ତଦାନ ଶିବିର ରେ ପ୍ରମୁଖ ଭାବରେ ବଲାଙ୍ଗିର ବିଜୁ ଜନତା ଦଳର ଯୁବ ଛାତ୍ର ମହିଳା ତଥା ସାଧାରଣ ବର୍ଗର କର୍ମକର୍ତ୍ତାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ଯ ଯୁବ ବିଜେଡି କାର୍ଯ୍ଯକାରୀ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା , ବଲାଙ୍ଗିର ନଗର ସଭାପତି ସମ୍ଭୁ ନାଗ , ବଲାଙ୍ଗିର ଜିଲ୍ଲା ଉପସଭାପତି ଧୁର୍ବ ଜୁଏଡ୍ , ସାଧାରଣ ସମ୍ପାଦକ ଶୁଶିଲ ଚାନ୍ଦ , ଗୋଲାପ ବାଗ , ନରସିଂହ ବାଗ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା ରାଜ୍ଯ ଛାତ୍ର ସମ୍ପାଦକ ଗୁଞ୍ଜ ଖାନ , ପୁର୍ବତନ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସାଗର ସଂଗମ ଶତପଥି , ଜିଲ୍ଲା ଛାତ୍ର ସଭାପତି ସୁମନ ନନ୍ଦ, ସଦର ବ୍ଲକ ସଭାପତି ନିହାର ସ୍ବାଇଁ , ପୁର୍ବତନ ବ୍ଲକ ସଭାପତି କୁଲମଣୀ ମେହେର , ଦେଓଗାଁ ବ୍ଲକ ସଭାପତି ଅଚ୍ୟୁତାନନ୍ଦ ମିଶ୍ର, ଛାତ୍ର ସଭାପତି ଦିପକ ବାଗ , କାଉନସିଲର ଗଙ୍ଗାଧର ଚାନ୍ଦ, ଉପାଧ୍ୟକ୍ଷ ଗାୟତ୍ରୀ ଭୋଇ, ନନ୍ଦିନୀ ପୋଢ, ସଞ୍ଜୁଲତା ଦନ୍ତା , ଲଲାଟେନ୍ଦୁ ପଟ୍ଟନାୟକ, ଶତୃଘନ ବାଗ , ଇରସାଦ ଖାନ , ସତ୍ଯ ନାଏକ , ସନ୍ତୋଷ ଦନ୍ତା , ଚିଣ୍ଟୁ ରାଓ , ବଣ୍ଟି ଚାନ୍ଦ , ରମେଶ ବେହେରା , ରଞ୍ଜନ ମିଶ୍ର , ଦେବାଶିଷ ଲେଙ୍କା , ଆଶୀର୍ବାଦ ସାହୁ , ଅନ୍ତଯ୍ଯାମୀ ଭୋଇ,ନିଗମ ଦଲେଇ , ଆଲୋକ ସିଂନିନା , ଶଙ୍କର ମୁଦୁଲି , ସାନ୍ତନୁ ଭୋଇ , ରାମ ନାଏକ , ଲିପିଶ୍ରୀ ସାଏ , ସୁବ୍ରତ ଉପାଧ୍ୟାୟ ସହଯୋଗ କରିଥିବା ବେଳେ ମେଡିକାଲ ବ୍ଲଡବ୍ଯାଙ୍କ ର ଡାକ୍ତର ଶ୍ରୀଯୁକ୍ତ ଅଶୋକ ମିଶ୍ର ଓ ତାଙ୍କ ସହଯୋଗୀ ଦଳ ରକ୍ତ ସଂଗ୍ରହ କରିଥିଲେ । ସମସ୍ତ ରକ୍ତଦାତା ଓ ସହଯୋଗ କରିଙ୍କୁ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସୋସିଆଲ ମିଡିଆ ସଂଯୋଜକ ଶ୍ରୀଯୁକ୍ତ ବିଭୁତି ଭୂଷଣ ମିଶ୍ର ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରିଥିଲେ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande