
ଜୟପୁର, ୩୧ ମାର୍ଚ୍ଚ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଂଚାୟତର ଜିଆରଏସଙ୍କୁ ଅନ୍ୟ ପଂଚାୟତକୁ ବଦଳି ହୋଉଛି । ଏଣୁ ଏହାର ପ୍ରତିବାଦ ରେ ବ୍ଲକ କାର୍ଯ୍ୟ।।ଳୟରେ ସ୍ଥାନୀୟ ବିଡ଼ିଓ ସୁବ୍ରତ ସାହୁଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ପଂଚାୟତବାସି । ଗାଁ ଲୋକଙ୍କ ଅଭିଯୋଗ ଅନୁଯାଇ, ବୋଦାପୁଟ ପଂଚାୟତର ଅଧିକାଂଶ ଗାଁ ଗୁଡିକ ଉପାନ୍ତ ଓ ଅପହଂଚ ଅଂଚଳ । କିଛି ଦିନ ପୂର୍ବେ ବୋଦାପୁଟ ଏଡିଓ ଆମର ବର ମଲିକ ଭିଜିଲାନ୍ସ ଦ୍ୱରା ଗିରଫ ହେବା ପରେ ଚେରକା ଜିଆରଏସ ଶ୍ରୀମତି ସାମଲଙ୍କୁ ବୋଦାପୁଟ ପଂଚାୟତ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ସେ ଦୁଇ ମାସ ପୂର୍ବେ ବୋଦାପୁଟ ପଂଚାୟତ ଦାୟିତ୍ୱ ଗ୍ରହଣ କରଥିବେ ଏବେ ପୁଣି ତାଙ୍କୁ ବୋଦାପୁଟ ପଂଚାୟତରୁ ଦାୟିତ୍ୱ ହଟେଇ ଦିଆଯାଇଛି । ପୁଣି ଏହି ପଂଚାୟତକୁ ଅନ୍ୟ କେହି ନିଯୁକ୍ତି ହେବା ପରେ ନୂତନ ପଂଚାୟତର ଭୌଗଳିକ ସ୍ଥିତ ଜାଣିବା ପାଇଁ ପୁଣି କିଛି ମାସ ଗଡ଼ିଯିବ । ଏଥିରେ ବିଭିନ୍ନ ଉନ୍ନୟନ ମୂଳିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ବୋଲି ଗ୍ରାମବାସୀ କହିଛନ୍ତି । ଏଣୁ ଜିଆରଏସ ଶ୍ରୀମତ ସାମଲଙ୍କୁ ବୋଦାପୁଟ ପଂଚାୟତ ଅତିରିକ୍ତ ଦାୟିତ୍ୱ ଚାଲୁ ରହୁ ବୋଲି ବିଡ଼ିଓଙ୍କୁ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି