



ବଲାଙ୍ଗୀର,୩୧ ମାର୍ଚ୍ଚ(ହି.ସ.) – ଆଜି ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗ ପକ୍ଷରୁ ଉପଭୋକ୍ତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଯୋଗାଣଅଧିକାରୀ ରଂଜନକୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ରକୁମାର ବେହେରା ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଅରବିନ୍ଦ କୁମାର ଓଝା,ବଲାଙ୍ଗୀର କନଜ୍ୟୁମର ଫୋରମର ସଭାପତି ରବିନ୍ଦ୍ରକୁମାର ତ୍ରୀପାଠୀ,ସିଟିଜିଏସଟି ବିଭାଗର ଅଧିକାରୀ ଗୀତାଞ୍ଜଳି ବଢେଇ,ମାପ ଓ ଓଜନ ବିଭାଗର ଅଧିକାରୀ ସାଗରିକା ସାବତ ଓ ଯୋଗାଣଅଧିକାରୀ ଦେବଦତ ମହାପାତ୍ର ଯୋଗଦେଇଥିଲେ। କନଜ୍ୟୁମରଫୋରମର ସଭାପତି ରବିନ୍ଦ୍ରକୁମାର ତ୍ରୀପାଠୀ ଉପଭୋକ୍ତା ମାନେ କେଉଁକେଉଁ ଦିଗରେ ସଚେତନ ହେଲା ଠକେଇର ଶୀକାର ହେବା ନାହିଁ ସେ ଉପରେ ବକ୍ତବ୍ୟ ରଖିଥିଲେ। ସଚେତନ ହେବା ହିଁ ଉପଭୋକ୍ତାଙ୍କୁ ସୁରକ୍ଷା ଦେଇଥାଏ ବୋଲି ସେ ମତ ଦେଇଥିଲେ। ବଜାରରେ ବିଭିନ୍ନ ସ୍ଥାନରେ ବିକ୍ରୀହେଉଥିବା ଭେଜାଲସାମଗ୍ରୀକୁ ଚିହ୍ନି, ବିଜ୍ଞାପନରେ କେବଳ ପ୍ରଲୋଭିତ ନହୋଇ ତଥା ଅସଲି ଜିନିଷ ଦେଖି କିଣାବିକା କରିବାକୁ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଓଝା କହିଥିଲେ। ଉପଭୋକ୍ତାମାନେ ଯେଉଁଜିନିଷକୁ ଟଙ୍କାଦେଇ କିଣୁଛନ୍ତି ସେତେବେଳେ ନଜର ପୂର୍ଣ୍ଣଅଧିକାର ସାବ୍ୟସ୍ତ କରନ୍ତୁ। କିଣିଲା ବେଳେ ତାର ପେକିଂ ବା ନିର୍ମାଣ ତାରିଖ, ସମୟ ଅବଧି ତଥା ଆଇଏସଆଇ ମାର୍କାଦେଖି କିଣିବାକୁ ଉପଭୋକ୍ତାଙ୍କୁ ଅତିଥିଗଣ ପରାମର୍ଶ ଦେଇଥିଲେ। ତେବେ ବିକ୍ରେତା କିମ୍ବା କମ୍ପାନୀର ଜିନିଷ ଉପରେ ଅସନ୍ତୋଷ ହେଲେ ଉପଭୋକ୍ତାମାନେ ଖାଉଟି ଅଦାଲତର ଆଶ୍ରୟ ନେଇପାରିବେ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯୋଗାଣ ଅଧିକାରୀ ପିତବାସ ମଲ୍ଲିକ, ପୁଷ୍ପଲତା ଦାସ, ସଦର ଏସିଏସଓ ଶରତ ରାଉତ,ଏମଆଇ ଜ୍ୟୋତିପ୍ରକାଶ ଦାସ ଓ ଅନ୍ୟମାନଙ୍କ ସହିତ ବିଭିନ୍ନ ଅଂଚଳରୁ ଆସିଥିବା ଉପଭୋକ୍ତାମାନେ ଯୋଗଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ