
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ମାସ ୮ ତାରିଖରେ ହେବାକୁ ଥିବା ‘ରକ୍ତଦାନ ଅଭିଯାନ’ ପାଳନକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଶ୍ୱତୀ ଏସ. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହି ଅଭିଯାନ ଦିନ ରାଜ୍ୟରେ ରକ୍ତ ସଂଗ୍ରହ ସହ, ସୁରକ୍ଷିତ ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି ଓ ସମସ୍ତ ଜିଲ୍ଲାରେ ବ୍ୟାପକ ରକ୍ତଦାନ ଶିବିର ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ସେ ଜିଲ୍ଲା ପ୍ରଶାସନ ଓ ସମ୍ବନ୍ଧିତ ବିଭାଗମାନଙ୍କୁ ସମନ୍ୱୟ ରଖି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଆ ପକ୍ଷ ପାଳନରେ ଏହି ରକ୍ତଦାନ ଦିବସକୁ ଜନସାଧାରଣଙ୍କ ସହଭାଗୀତାରେ ସଫଳ କରାଇବା ନିମନ୍ତେ ସେ କହିଥିଲେ । ବୈଠକରେ ରକ୍ତଦାନ ଶିବିରମାନଙ୍କର ସୁପରିଚାଳନା, ଆବଶ୍ୟକ ଔଷଧ ତଥା ରକ୍ତଦାତାମାନଙ୍କ ସୁବିଧା ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ସଚିବ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ବିଭାଗର ସଂପୃକ୍ତ ଅଧିକାରୀ, ରେଡ଼କ୍ରସର ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା