ନକ୍ସଲ ଗୁଳିରେ ଶହୀଦ ପରିବାରକୁ ଭେଟି ସମ୍ମାନିତ କରିଛି ପୋଲିସ
ଜୟପୁର, ୩୧ ମାର୍ଚ୍ଚ (ହି.ସ.) - ନକ୍ସଲ ମୁକ୍ତ ଭାରତ ପାଇଁ ଆଜି ଶେଷ ତାରିଖ । ଅନ୍ୟପଟେ ନକ୍ସଲ ଗୁଳିରେ ଶହୀଦ ପରିବାରକୁ ଭେଟି ସମ୍ମାନିତ କରୁଛି ପୋଲିସ । କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅର୍ଚ୍ଚିତା ମିତଲଙ୍କ ନେତୃତ୍ୱରେ ବୈପ
 ନକ୍ସଲ ଗୁଳିରେ ଶହୀଦ ପରିବାରକୁ ଭେଟି  ସମ୍ମାନିତ କରିଛି ପୋଲିସ


ଜୟପୁର, ୩୧ ମାର୍ଚ୍ଚ (ହି.ସ.) - ନକ୍ସଲ ମୁକ୍ତ ଭାରତ ପାଇଁ ଆଜି ଶେଷ ତାରିଖ । ଅନ୍ୟପଟେ ନକ୍ସଲ ଗୁଳିରେ ଶହୀଦ ପରିବାରକୁ ଭେଟି ସମ୍ମାନିତ କରୁଛି ପୋଲିସ । କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅର୍ଚ୍ଚିତା ମିତଲଙ୍କ ନେତୃତ୍ୱରେ ବୈପାରିଗୁଡା ଅଂଚଳର ନକ୍ସଲ ଗୁଳିରେ ଶହୀଦ ଦୁଇ ଗ୍ରାମରକ୍ଷୀ ପରିବାରକୁ ଭେଟି ସେମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ତ୍ୟାଗକୁ ସମ୍ମାନ କରାଯାଇଛି । ଏହି ଦୁଇ ଶହୀଦ ପରିବାରକୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛି । ସୂଚନା ଥାଉକି, ଗତ ୨୦୧୨ ମସିହା ଅକ୍ଟୋବର ୨୫ ତାରିଖ ଦିନ ବୈପାରୀଗୁଡା ଥାନାରେ କାର୍ଯ୍ୟରତ ଦୁଇ ଗ୍ରାମରକ୍ଷୀ ଦଶମନ୍ତପୁରର ଗୌରଚନ୍ଦ୍ର ଦଳେଇ ଓ ଗର୍ଲିପୁଟର ଭଗବାନ ନାୟକଙ୍କୁ ପୁଲିସ ଇନଫର୍ମର ଆକ୍ଷେପ କରି ନକ୍ସଲ ମାନେ ଟେକି ନେଇ ଜଙ୍ଗଲରେ ଗୁଳିକରି ହତ୍ୟା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande