

ମାଲକାନଗିରି,୩୧ ମାର୍ଚ୍ଚ (ହି.ସ.) - ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ବ୍ଲକ୍ ନାକାମାମୁଡ଼ିପଂଚାୟତର ଖଡ଼ିକାଝୋଡ଼ିରେ ସନ୍ଧ୍ୟା ସମୟରେ ଘଡଘଡି ସହ ତୁହାକୁ ତୁହା ବର୍ଷା ସାଙ୍ଗକୁ ଭୀଷଣ ଜୋରରେ ମାଡି ଆସିଲା କାଳ ବୌଶାଖୀ ଝଡ । ଏକ ମିନିଟ ମଧ୍ୟରେ ଛାରଖାର କରି ଦେଲା ଖୋଡିକାଝୋଡି ଗାଁ ର ୫ ଟି ପରିବାରକୁ । କାହାର ଘର ଉପରୁ ଆଜବେଷ୍ଟ ଉଡିଯାଇଛି ତ ଆଉ କାହାର ରୋଜଗାର ରେ ପୁନଚ୍ଛେଦ ପଡିଯାଇଛି । ଝଡରେ ପଡି ଯାଇଛି ବଡବଡ ଗଛ, ଅଳ୍ପକେ ବର୍ତୀ ଯାଇଛନ୍ତି ଲୋକେ । ଘର ଭାଙ୍ଗି ଯାଇଥିବାରୁ ରୋଷେଇ ମଧ୍ୟ ବାହାରେ କରିବାକୁ ପଡୁଛି । ବର୍ତମାନ ଆଦିବାସୀ ଙ୍କ ଚୌତ୍ର ପର୍ବ ଚାଲୁଥିବାରୁ ହାଣ୍ଡି , ମାଠିଆ ନିର୍ମାଣ ରେ ସମସ୍ତେ ବ୍ୟସ୍ତ । ଏହିଭଳି କାଳ ବୌଶାଖୀର ତାଣ୍ଡବରେ ମଉଳିଗଲା ଆଦିବାସୀ ଙ୍କ ପରମ୍ପରା ଚୌତ୍ର ପର୍ବ । କାହାରି ମୁହଁରେ ହସ ଦେଖିବାକୁ ମିଳୁନଥିବା ବେଳେ , ଚିନ୍ତାରେ ଏହି ଗରିବ କୁମ୍ଭାର ପରିବାର । ଆବାସ ଯୋଜନାରେ ଘର ମିଳିନଥିବାରୁ ମାଟି କାନ୍ଥ ର ଘର ତିଆରି କରି ରହୁଥିଲେ ଗରିବ ପରିବାର । ତହସିଲ ପ୍ରଶାସନ ଘଟଣା ସ୍ଥଳେରେ ପହଂଚି, ସମସ୍ତ କ୍ଷୟକ୍ଷତି ର ଆକଳନ କରିବା ସହ କ୍ଷତି ହୋଇଥିବା ପରିବାର ଙ୍କୁ ଯଥା ଶୀଘ୍ର ଅନୁକମ୍ପା ପ୍ରଦାନ କରିବାକୁ ଦାବି କରିଛନ୍ତି ଖୋଡିକାଝୋଡି ବସିନ୍ଧା ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ