
ଭଦ୍ରକ, ୩୧ ମାର୍ଚ୍ଚ (ହି.ସ.) -ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତ ନପଙ୍ଗ ପାଲା ପଡ଼ିଆ ଠାରେ ବାବାଜୀ ସାମଲ ଙ୍କ ଦ୍ୱାରା ନିର୍ମିତ ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜକ ନର ନାରାୟଣ ମିଶ୍ର ପୂଜାର୍ଚ୍ଚନା କରିଥିଲେ। ପବିତ୍ର ରାମନବମୀ ଅବସରରେ ୪୪ ତମ ବାଦିପାଲା ଗାୟକ ଜ୍ଞାନ ବାରିଧି ଡ: କଳାକାର ନାୟକ ଓ ଗାୟକ ବାଣୀ ଝଙ୍କାର ପ୍ରଦ୍ୟୁମ୍ନ କୁମାର ନନ୍ଦ ଙ୍କ ମଧ୍ୟରେ ୨୭ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ସଂଧ୍ୟାରେ ଉଦଯାପନ ହୋଇଯାଇଛି,ଆଖ ପାଖ ଅଞ୍ଚଳରୁ ବହୁ ପାଲାପ୍ରେମି ଦର୍ଶକ ଉପଭୋଗ କରିଥିଲେ। ପାଲା କମିଟି ସଭାପତି ପ୍ରଫୁଲ୍ଲ ନାୟକ, ସଂପାଦକ ରସାନନ୍ଦ ନାୟକ, ମନୋରଞ୍ଜନ ନାୟକ, ଗୋବିନ୍ଦ ରାଉତ,ପ୍ରଶନ୍ନ ନାୟକ, ଦାଶରଥି ରାଉତ,ନନ୍ଦ କିଶୋର ଜେନା, ଲଳିତ ନାୟକ,ଉଦୟ ନାୟକ, ଦିଲିପ ସାମଲ, କହ୍ନେଇ ପୋହି ପ୍ରମୁଖ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ