


ବଲାଙ୍ଗିର, ୫ ମାର୍ଚ୍ଚ (ହି.ସ.)- ମଙ୍ଗଳବାର ଦିନ ବଲାଙ୍ଗିର ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିକ୍ରାପଡା ସ୍ଥିତ ମଦନ ମୋହନ ରଥଙ୍କ ନିବାସରୁ ରାତିରେ ରାଧାକୃଷ୍ଣ ସ୍ୱତନ୍ତ୍ର ପୂଜାବିଧି ପରେ ଯୁଗଳ ମୂର୍ତ୍ତିଙ୍କୁ ବିମାନରେ ସଜାଇ କିର୍ତ୍ତନ୍ୟ ମଣ୍ଡଳୀ ବାଜାଗାଜା ଓ ଛତ୍ର ବୈରଗ ସହିତ ବିରାଟ ପଟୁଆରରେ ଅଣାଯାଇଥିଲା ।
ପ୍ରଥମେ ଟିକ୍ରାପଡା ରାମ ମନ୍ଦିରରେ ଭେଟ କରାଯାଇ ମାଲପଡା ରାମ ମନ୍ଦିରକୁ ନିଆଯାଇଥିଲା । ସେହିପରି ମାଲପଡା ଆନନ୍ଦ ମଠରୁ ବାବା ଆଶୁତୋଷ ଙ୍କ ମଧ୍ୟ ବିରାଟ ପଟୁଆରରେ ମାଲପଡା ରାମସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା । ରାତିରେ ସେଠାରେ ସ୍ୱତନ୍ତ୍ର ନୀତିକାନ୍ତି ରେ ପୂଜା ବିଧି ସମାପନ ଓ ଭଜନ କିର୍ତ୍ତନ ପରେ ଉଭୟ ଠାକୁର ସ୍ୱସ୍ୱ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାଲପଡା ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମକୁ ଦୁର୍ଗା ସାହୁ, ପ୍ରଦୀପ ପଶାୟତ, କହ୍ନାଇ ଭରାସାଗର, ଭୀମସେନ ସାହୁ, ହଳଧର ବଗର୍ତ୍ତି, ଚୁଡେନ୍ଦ୍ର କୁମାର ବେହେରା, ସୁନାଧର ବନଛୋର, ସୀତାଂଶୁ ନାୟକ, ଅରୁଣ ଖୁଆସ, ବନ ବିହାରୀ ସାହୁ, ଧୃବ ଚରଣ ସାହୁ, ପ୍ରଦୀପ ଦାଶ, ଅଶୋକ କୁମାର ମିଶ୍ର, ଅଙ୍କୁଶ ହୋତା ଓ ରାହୁଲ ଶର୍ମା ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ