ସମ୍ବଲପୁର ପ୍ରେସକ୍ଲବର ନବ ନିର୍ବାଚିତ କର୍ମକର୍ତାଙ୍କ ଦାୟିତ୍ୱ ଗ୍ରହଣ
ସମ୍ବଲପୁର ପ୍ରେସକ୍ଲବର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
ସମ୍ବଲପୁର ପ୍ରେସକ୍ଲବର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ


ସମ୍ବଲପୁର ପ୍ରେସକ୍ଲବର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ


ସମ୍ବଲପୁର, ୦୫, ମାର୍ଚ୍ଚ (ହି.ସ.) - ସମ୍ବଲପୁର ପ୍ରେସ କ୍ଲବର ନବ ନିର୍ବାଚିତ ସମସ୍ତ କର୍ମକର୍ତା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କର୍ମକର୍ତାମାନେ ଆଗାମୀ ଦୁଇ ବର୍ଷ ପାଇଁ ସଦସ୍ୟ ଏବଂ କ୍ଳବର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଏଥିସହ କ୍ଲବ ପରିସରରେ ଆଜିର ବୈଠକ ସମ୍ବଲପୁର ପ୍ରେସ କ୍ଲବ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପରିଚାଳନା କମିଟିରେ ଖାଲି ରହିଥିବା ଦୁଇଟି ସଦସ୍ୟ ପଦବୀ ପାଇଁ ବାଦଶାହ ଜୁସମନ କୁମାର ରଣା ଏବଂ ଶ୍ରବଣ ପତିଙ୍କୁ ସଦସ୍ୟ ଭାବେ ଗ୍ରହଣ ପାଇଁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଜିଲ୍ଲାର ସମସ୍ତ ଖବରଦାତାଙ୍କ ମଧ୍ୟରେ ଉତମ ସମନ୍ୱୟ ନିମନ୍ତେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସମ୍ବଲପୁର ପ୍ରେସ କ୍ଳବ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବା ସମ୍ପର୍କରେ ପରିଚାଳନା କମିଟି ପକ୍ଷରୁ ସ୍ଥିର କରାଯାଇଛି । ମାର୍ଚ୍ଚ ୮ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ଥିବାରୁ ଏହି ଅବସରରେ ସମ୍ବଲପୁରରେ କାର୍ଯ୍ୟ କରୁଥିବା ମହିଳା ଖବରଦାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିସହ ସହରରେ କ୍ରମ ବର୍ଦ୍ଧିଷ୍ଣୁତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବଲପୁର ପ୍ରେସ କ୍ଳବ ପରିସରରେ ୨ ଶହ ସିଟ୍ ବିଶିଷ୍ଟ ଏକ ସମ୍ମିଳନୀ କକ୍ଷ ନିର୍ମାଣ କରାଯିବା ନେଇ ଆଲୋଚନା କରାଯାଇଥିଲା । ଏହାପରେ ନବ ନିର୍ବାଚିତ କର୍ମକର୍ତାମାନେ ସମ୍ବଲପୁର ଏସପିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଜିର ଆହୁତ ବୈଠକରେ ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ସମେତ ଦୁଇ ଉପସଭାପତି ନରେଶ ଚନ୍ଦ୍ର ସେଠ, ବୀରାଜ କୁମାର ମିଶ୍ର, ସାଧାରଣ ସମ୍ପାଦକ ଭବାନୀଶଙ୍କର ଭୋଇ, ଦୁଇ ଯୁଗ୍ମ ସମ୍ପାଦକ ଅମଲେନ୍ଦୁ ନାୟକ ଏବଂ ଅନିଲ ଶ୍ରୀରାମକା, କୋଷାଧ୍ୟକ୍ଷ ସୁବ୍ରତ କୁମାର ମିଶ୍ର, ସଦସ୍ୟ ଦେବେନ୍ଦ୍ର କୁମାର ମିଶ୍ର, ଜସବୀର ସିଂହ, ଶ୍ରବଣ କୁମାର ପତି ଏବଂ ବାଦସାହା ଜୁସମନ୍ ରଣା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande