ଯୁବ କଂଗ୍ରେସ ନେତା ସରୋଜ ପଟ୍ଟନାୟକଙ୍କ ଦେହାନ୍ତ, ନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଅଫିସ ଠାରେ ଶୋକସଭା
ବଲାଙ୍ଗିର, 05 ମାର୍ଚ୍ଚ (ହି.ସ.) ବଲାଙ୍ଗିର ସହରର ଟିକ୍ରାପଡା ନିବାସୀ ଏବଂ କଂଗ୍ରେସ ଦଳର ଯୁବନେତା ସନୋଜ ପଟ୍ଟନାୟକଙ୍କ ଅକାଳ ଦେହାନ୍ତ ଘଟିଥିବା ଖବର ପ୍ରକାଶ ପାଇବା ପରେ ସମଗ୍ର ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିଲା । ସେ ଦଳର ଜଣେ ସକ୍ରିୟ କର୍ମୀ ଭାବେ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଦିର୍
ଯୁବ କଂଗ୍ରେସ ନେତା ସରୋଜ ପଟ୍ଟନାୟକଙ୍କ ଦେହାନ୍ତ, ନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଅଫିସ ଠାରେ ଶୋକସଭା


ବଲାଙ୍ଗିର, 05 ମାର୍ଚ୍ଚ (ହି.ସ.)

ବଲାଙ୍ଗିର ସହରର ଟିକ୍ରାପଡା ନିବାସୀ ଏବଂ କଂଗ୍ରେସ ଦଳର ଯୁବନେତା ସନୋଜ ପଟ୍ଟନାୟକଙ୍କ ଅକାଳ ଦେହାନ୍ତ ଘଟିଥିବା ଖବର ପ୍ରକାଶ ପାଇବା ପରେ ସମଗ୍ର ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିଲା । ସେ ଦଳର ଜଣେ ସକ୍ରିୟ କର୍ମୀ ଭାବେ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଦିର୍ଘଦିନ ଧରି କାର୍ଯ୍ୟ କରୁଥିଲେ ଏବଂ ସ୍ଥାନୀୟ ଯୁବମାନଙ୍କ ମଧ୍ୟରେ ଜଣେ ପରିଚିତ ମୁହଁ ଥିଲେ । ତାଙ୍କ ଅକାଳ ବିୟୋଗରେ ଦଳୀୟ କର୍ମୀ, ମିତ୍ରମଣ୍ଡଳୀ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦୁଃଖ ଓ ଶୋକ ପ୍ରକାଶ ପାଇଛି । ତାଙ୍କ ଅସମୟରେ ପରଲୋକଗମନ ରେ ଆତ୍ମାର ସଦ୍ଗତି କରି ଆଜି ବଲାଙ୍ଗିର ସ୍ଥିତ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଆୟୋଜନ ହୋଇଥିଲା । ଏହି ଶୋକ ସଭାରେ ବିଭିନ୍ନ ଦଳୀୟ ନେତା, କର୍ମୀ, ସମାଜସେବୀ ଏବଂ ସାଧାରଣ ଲୋକମାନେ ଯୋଗଦେଇ ସ୍ୱର୍ଗତ ସନୋଜ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ଅକାଳ ବିୟୋଗରେ ଏକ ଉଦୀୟମାନ ଯୁବ ନେତୃତ୍ୱ କୁ ଅଂଚଳ ହରାଇଛି ବୋଲି ବହୁ ନେତା ପ୍ରକାଶ କରିଛନ୍ତି । ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ସାନନ୍ଦ ମିଶ୍ର, କୈଳାସ ମିଶ୍ର, ଚିନ୍ମୟ ବେହେରା ପ୍ରଭୃତି ଉପସ୍ଥିତ ଥିଲେ ଓ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande