ମାନସିକ ଅନଗ୍ରସର ପିଲା ଓ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ସହ ହୋଲି ଖେଳିଲେ ଜିଲାପାଳ ଓ ଏସ୍ପି
ଭଦ୍ରକ, ୫ ମାର୍ଚ୍ଚ (ହି.ସ.) - ଆଜି ପବିତ୍ର ହୋଲି ଉତ୍ସବ କୁ ସମସ୍ତେ ଅତି ଆନନ୍ଦର ସହିତ ପାଳନ କରି ବେଶ ଖୁସି ଅନୁଭବ କରୁଛନ୍ତି। ତେବେ ଏହି ଖୁସି ରୁ ଯେପରି ମାନସିକ ଅନଗ୍ରସର ପିଲା ଓ ଅସହାୟ ବୃଦ୍ଧ ବୃଦ୍ଧା ମାନେ ବାଦ ନ ପଡନ୍ତି ସେଥିପାଇଁ ଭଦ୍ରକ ଜିଲ୍ଲାର ଧାମନଗର ସ୍ଥିତ ଶ୍ରଦ୍ଧାଳୟ ଠାରେ ଏକ ନିଆ
COLLECTOR & SP HOLI


ଭଦ୍ରକ, ୫ ମାର୍ଚ୍ଚ (ହି.ସ.) - ଆଜି ପବିତ୍ର ହୋଲି ଉତ୍ସବ କୁ ସମସ୍ତେ ଅତି ଆନନ୍ଦର ସହିତ ପାଳନ କରି ବେଶ ଖୁସି ଅନୁଭବ କରୁଛନ୍ତି। ତେବେ ଏହି ଖୁସି ରୁ ଯେପରି ମାନସିକ ଅନଗ୍ରସର ପିଲା ଓ ଅସହାୟ ବୃଦ୍ଧ ବୃଦ୍ଧା ମାନେ ବାଦ ନ ପଡନ୍ତି ସେଥିପାଇଁ ଭଦ୍ରକ ଜିଲ୍ଲାର ଧାମନଗର ସ୍ଥିତ ଶ୍ରଦ୍ଧାଳୟ ଠାରେ ଏକ ନିଆରା ହୋଲି ଉତ୍ସବ ର ଆୟୋଜନ କରାଯାଇଥିଲା। ଜିଲ୍ଲା ଥଇଥାନ କେନ୍ଦ୍ରର ମୁଖ୍ୟ ଡ଼ା ଭଗବାନ ଚନ୍ଦ୍ର ପରିଡା ସଂଯୋଜନା ରେ ଏହି ହୋଲି ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉତ୍ସବ ରେ ପ୍ରଥମେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପହଂଚି ଏହି ଶ୍ରଦ୍ଧାଳୟ ରେ ଥିବା ୨୭୦ ରୂ ଅଧିକ ମାନସିକ ଅନଗ୍ରସର ପିଲା ଓ ବୃଦ୍ଧ ବୃଦ୍ଧା ଙ୍କୁ ହୋଲିର ଶୁଭେଚ୍ଛା ଓ ଶୁଭ କାମନା ଜଣାଇବା ସହିତ ଜିଲ୍ଲାପାଳ ଓ ଏସପି ନିଜେ ସବୁ ପିଲା ଙ୍କ ମୁଣ୍ଡରେ ଅଭିର ମାରି ଥିଲେ। ଏପରିକି ସେହି ପିଲା ମାନେ ମଧ୍ୟ ଜିଲ୍ଲାପାଳ ଙ୍କ ସହିତ ହାତ ମିଳାଇ ତାଙ୍କ ମୁଣ୍ଡରେ ଅଭିର ମାରି ହୋଲି ଉତ୍ସବ ମନାଇଥିଲେ। ପରେ ଭଦ୍ରକ ଏସପି ମନୋଜ ରାଉତ ପହଂଚି ଏହି ପିଲାଙ୍କ ଗହନ ରେ ରହି ହୋଲି ଉତ୍ସବ ପାଳନ କରିଥିଲେ। ଏପରିକି ଜିଲ୍ଲାପାଳ ଏବଂ ଏସପି ନିଜ ହାତରେ ସବୁ ପିଲାଙ୍କୁ ମିଠା, ଫଳ, ଚକଲେଟ, ଲସି ବଂଟନ କରିଥିଲେ। ଶେଷରେ ନାଚ ଗୀତ ର ହୋଇଥିଲା। ସେହି ମାନସିକ ଅନଗ୍ରସର ପିଲା ଙ୍କ ଭିତରେ ଜିଲ୍ଲାପାଳ ରହି ନାଚ ଗୀତ ରେ ସାମିଲ ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ତେଣୁ ପିଲା ମାନେ ବହୁ ମାତ୍ରାରେ ଉତ୍ସାହିତ ହୋଇ ବେଶ ଆନନ୍ଦ ର ସହିତ ହୋଲି ଉତ୍ସବ କୁ ପାଳନ କରିଥିଲେ। ତେବେ ମାନସିକ ଅନଗ୍ରସର ପିଲା ଙ୍କ ଗହନ ରେ ଖୁସି ବାଂଟିବା ଓ ଖୁସି କୁ ଦିଗୁଣିତ କରିବା ଲକ୍ଷ ନେଇ ଏଠାରେ ଆସି ହୋଲି ଉତ୍ସବ ରେ ସାମିଲ ହୋଇଥିବା ଜିଲ୍ଲାପାଳ କହିଛନ୍ତି। ତେବେ ଜିଲ୍ଲାପାଳ ଓ ଏସପି ଏହି କେନ୍ଦ୍ର କୁ ଆସି ମାନସିକ ଅନଗ୍ରସର ପିଲାଙ୍କୁ ଉତ୍ସାହିତ କରିବା ସହିତ ହୋଲି ଉତ୍ସବ ପାଳନ କରି ସେମାନଙ୍କ ମନୋବଳ ବୃଦ୍ଧି କରି ଖୁସି ବାଂଟି ଥିବାରୁ ଜିଲ୍ଲା ଥଇଥାନ କେନ୍ଦ୍ର ମୁଖ୍ୟ ସଂଯୋଜକ ବେଶ ଖୁସି ବ୍ୟକ୍ତ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande