

ବଲାଙ୍ଗିର, 05 ମାର୍ଚ୍ଚ (ହି.ସ.)
ଆଜି ପ୍ରବାଦ ପୁରୁଷ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ବାର୍ଷିକ ବଲାଙ୍ଗିର ସ୍ଥିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପାର୍କ ଠାରେ ସ୍ବର୍ଗତ ବିଜୁବାବୁଙ୍କ ପ୍ରତିମୁର୍ତ୍ତି ରେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉପସ୍ଥିତି ରେ ବଲାଙ୍ଗିର ବିଜୁ ଜନତା ଦଳର ଉପସଭାପତି ନରସିଂହ ବାଗ , ଧୃବ ଯୁଏଡ ସାଧାରଣ ସମ୍ପାଦକ ଗୋଲାପ ବାଗ, ପ୍ରଦ୍ୟୁମ୍ନ ହୋତା ତଥା ବରିଷ୍ଠ ନେତା ବୁଲୁ ରାଉତରାୟ , ଲକ୍ଷ୍ମଣ କୁମାର ମେହେର ଇରସାଦ ଖାନ, ନଗର ସଭାପତି ସମ୍ଭୁ ନାଗ , ବିଧୁ ଭୂଷଣ ତ୍ରିପାଠୀ , ଚନ୍ଦ୍ରମଣି ତ୍ରିପାଠୀ , ଶିବ ପ୍ରସାଦ ବେହେରା ଙ୍କ ଉପସ୍ଥିତି ସହିତ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ କାଉନସିଲର ଗଙ୍ଗାଧର ଚାନ୍ଦ କିଶୋର କୁମ୍ଭାର ଲଲାଟେନ୍ଦୁ ପଟ୍ଟନାୟକ ନନ୍ଦିନୀ ପୋଢ ସଞ୍ଜୁଲତା ଦନ୍ତା ସସ୍ମିତା ନନ୍ଦ ପ୍ରତିମା ଛତ୍ରିଆ , ପିଙ୍କି କବାଟ ଙ୍କ ସମେତ ବଲାଙ୍ଗିର ବ୍ଲକ ସଭାପତି ନିହାର ରଞ୍ଜନ ସ୍ବାଇଁ ଦେଓଗାଁ ବ୍ଲକ ସଭାପତି ଅଚ୍ଯୁତ ମିଶ୍ର ଙ୍କ ସହିତ ବଲାଙ୍ଗିର ବ୍ଲକ ଓ ଦେଓଗାଁବ୍ଲକ ର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହା ସହିତ ବଲାଙ୍ଗିର ର ବରିଷ୍ଠ ସଦସ୍ଯ ସନ୍ତୋଷ ଦନ୍ତା , ଛାତ୍ର ସଭାପତି ସୁମନ ନନ୍ଦ , ରାଜ୍ଯ ଛାତ୍ର ସାଧାରଣ ସମ୍ପାଦକ ଗୁଞ୍ଜ ଖାନ , ଦେବାଶିଷ ଲେଙ୍କା , ଜିତେନ୍ଦ୍ର ମିଶ୍ର , ଦିଲିପ ବଗର୍ତ୍ତୀ , ରମେଶ ବେହେରା , ସଞ୍ଜିବ ନାଥ , ସୁବ୍ରତ ଉପାଧ୍ୟାୟ , ବଣ୍ଟି ଚାନ୍ଦ , ବଲାଙ୍ଗିର ଯୁବ ସଭାପତି ଆଶୀର୍ବାଦ ସାହୁ , ଦେଓଗାଁବ୍ଲକ ଛାତ୍ର ସଭାପତି ଦିପକ ବେହେରା , ବିରସେନ ସାହୁ , ସରୋଜ ସ୍ବାଇଁ , ବନମାଲି ବାଗ ଉପସ୍ଥିତ ରହି ପ୍ରତିମୁର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରି ବିଜୁବାବୁଙ୍କ ସୃତିଁଚାରଣ କରିଥିଲେ । ସୋସିଆଲ ମିଡିଆ ସଂଯୋଜକ ବିଭୁତି ଭୂଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ