
କେନ୍ଦୁଝର, ୫ ମାର୍ଚ୍ଚ (ହି.ସ.)- ସ୍ଥାନୀୟ ପିଏମ୍ ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ମାର୍ଚ୍ଚ ୬ ତାରିଖ ସକାଳ ୧୦ ଟାରେ ଉଦଘାଟନ ଏବଂ ୭ ତାରିଖ ଅପରାହ୍ନ ୩ଟାରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୧୯ ଟି ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ଉତ୍ସବରେ ଆକାଂକ୍ଷୀ ମେଳା,ଟ୍ୟାଲେଣ୍ଟ ଗ୍ୟାଲେରୀ,ଦୋକାନ ଯାତ୍ରା,କ୍ୟାରିଅର ମେଳା,ଛାୟା ସଂସଦ ରେ ୧୯ ଟି ପିଏମ୍ ଶ୍ରୀ ବିଦ୍ୟାଳୟର ପ୍ରାୟ ୮୫୦ ଛାତ୍ରଛାତ୍ରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।ଏହି ଉତ୍ସବରେ ଜିଲ୍ଲାର ମାନ୍ୟବର ସାଂସଦ,ସମସ୍ତ ବିଧାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା,କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା,ଜିଲ୍ଲାପାଳ ମହୋଦୟ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଏହି ପିଏମ୍ ଶ୍ରୀ ଉତ୍ସବ କାର୍ଯ୍ୟକ୍ରମକୁ ବହୁ ମାତ୍ରାରେ ପରିଦର୍ଶନ କରିବା ପାଇଁ ସ୍ଥାନୀୟ ଜନ ସାଧାରଣ, ବିଭିନ୍ନ ବିଭାଗୀୟ ଅନୁଷ୍ଠାନକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ନିବେଦନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA