ସଇଁତଳା ବ୍ଲକ୍ ର ସରପଞ୍ଚ ଓ ପିଇଓ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ
ବଲାଂଗିର, ୫ ମାର୍ଚ୍ଚ (ହି.ସ.)- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପୁଇନ୍ତଲା ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀରର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକ
ସଇଁତଳା ବ୍ଲକ୍ ର ସରପଞ୍ଚ ଓ ପି ଇ ଓ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ।


ବଲାଂଗିର, ୫ ମାର୍ଚ୍ଚ (ହି.ସ.)- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପୁଇନ୍ତଲା ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀରର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ ହୋଇଯାଇଛି। ତାଲିମ ଆରମ୍ଭରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ଵାଗତ ଜଣାଇ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ର କାର୍ଯକ୍ରମ ଉପରେ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ଜଣାଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଇଁତଳା ବ୍ଲକ୍ ର ଗୋଷ୍ଟି ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧା ଉପସ୍ଥିତ ରହି ଶିଶୁ ମାନଙ୍କବପାଇ ଥିବା ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ୫ ପ୍ରତିଶତ ଯୋଜନା ରଖି ଶିଶୁଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ତାଲିମରେ ଜଣାଇଥିଲେ।ଏହି ଅବସରରେ ସମନ୍ଵିତ ଶିଶୁ ବିକାଶ ଅଧିକାରିଣୀ ଗୋଲାପି ନାୟକ ବାଲ୍ୟ ବିବାହ ନିଷେଧ ଆଇନ୍, କନ୍ୟା ବିବାହ ଯୋଜନା ଉପରେ ଜଣାଇଥିଲେ।ତାଲିମ ରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ଵାଗତ ପାଣିଗ୍ରାହୀ ଉପସ୍ଥିତ ରହି ତାଲିମ୍ ନେଇ ଶିକ୍ଷା ଲାଭ କରି କାମରେ ଲଗାଇବା ପାଇଁ ସମସ୍ତ ସରପଞ୍ଚ ଓ ଇ ଓ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମ ର ଲକ୍ଷ୍ୟ ଓ ଲକ୍ଷ୍ୟ ଉପରେ ସରପଞ୍ଚ ଓ ଇ ଓ ମାନଙ୍କର ଭୂମିକା, ଦାୟିତ୍ଵ ଉପରେ ଜଣାଇଥିଲେ ଏବଂ ଆଶିର୍ବାଦ, ଗ୍ରୀନ ପାସେଜ, ପୃଷ୍ଠପୋଷକତା ସହାୟତା ରାଶି, ଯଶୋଦା ଯୋଜନା ସମ୍ପର୍କରେ ଜଣାଇଥିଲେ ଓ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ର ଅନ୍ ଟାଏଡ ପାଣ୍ଠିର ୫ ପ୍ରତିଶତ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଟି ଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ଉପରେ ଏକ ତାଲିମ ପ୍ରଦାନ କରିଥିଲେ।

ଏହି ତାଲିମ ପ୍ରଦାନ ପୂର୍ବରୁ ଏବଂ ତାଲିମ ପରବର୍ତୀ ପର୍ଯ୍ୟାୟରେ ୧୦ ଟି ପ୍ରଶ୍ନ ପ୍ରସ୍ତୁତି କରି ସମସ୍ତ ସରପଞ୍ଚ ଓ ପି ଇ ଓ ଙ୍କୁ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗୁଡଭେଳା ବ୍ଲକ୍ ର ୧୩ ଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ, ଇ ଓ,ଏ ଡି ଇ ଓ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର ସୁଦାନ ଖମାରି ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ବାଳମୁକୁନ୍ଦ ଭିତିରିଆ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande