ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ
ବଲାଙ୍ଗିର, ୫ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ମାଛଚାଷ ବିଭାଗ ଏବଂ ଯୁବୋଦୟ କଲେଜ ଅଫ ଆଡଭାନ୍ସ୍ଡ ଟେକ୍ନୋଲୋଜି, ସକମା, ବଳାଙ୍ଗିର ଯୁକ୍ତଭାବେ ଜୀବବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ଯୁକ୍ତ ତିନ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷାତ୍ମକ ଭ୍ରମଣ ଆୟୋଜନ କରିଥିଲେ। ଏହି ଭ୍ରମଣର ମୁଖ୍ୟ ଉ
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ


ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ


ବଲାଙ୍ଗିର, ୫ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ମାଛଚାଷ ବିଭାଗ ଏବଂ ଯୁବୋଦୟ କଲେଜ ଅଫ ଆଡଭାନ୍ସ୍ଡ ଟେକ୍ନୋଲୋଜି, ସକମା, ବଳାଙ୍ଗିର ଯୁକ୍ତଭାବେ ଜୀବବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ଯୁକ୍ତ ତିନ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷାତ୍ମକ ଭ୍ରମଣ ଆୟୋଜନ କରିଥିଲେ। ଏହି ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଛଚାଷ ଓ ମତ୍ସ୍ୟ ପ୍ରବନ୍ଧନ ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟାକୁ ପ୍ରାୟୋଗିକ ଭାବେ ଅଧ୍ୟୟନ କରାଇବା। ଏହି କାର୍ଯ୍ୟକ୍ରମଟି ପଟ୍ନାଗଡ଼ ଅଞ୍ଚଳର ସପନ ଫିଶ ସିଡ଼ ଫାର୍ମ ଠାରେ ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ମାଛଚାଷ ଅଧିକାରୀ ପ୍ରଫୁଲ୍ଲ କନହର, ସହକାରୀ ମାଛଚାଷ ଅଧିକାରୀ ମୁକେଶ ଏବଂ ଫାର୍ମର ମାଲିକ ସପନ କୁମାର ପାତ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାଛଚାଷ ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟା ବିଷୟରେ ସ୍ପଷ୍ଟ ଓ ପ୍ରାୟୋଗିକ ତଥ୍ୟ ଜଣାଇଥିଲେ। ଏହି ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ମାଛ ଚାଷ ପ୍ରଣାଳୀ, ମାଛ ଚାରା ଉତ୍ପାଦନ, ପୋଖରୀ ପ୍ରବନ୍ଧନ, ଏବଂ ଆଧୁନିକ ଆକ୍ୱାକଲଚର ପ୍ରଣାଳୀ ବିଷୟରେ ବିସ୍ତୃତ ଜ୍ଞାନ ଅର୍ଜନ କରିଥିଲେ। ତେଣୁ, ସେମାନେ ପାଠ୍ୟକ୍ରମରେ ଯାହା ପଢ଼ୁଛନ୍ତି, ତାହାକୁ ପ୍ରାୟୋଗିକ ଭାବରେ ଦେଖିବା ଓ ବୁଝିବାର ଏକ ଭଲ ସୁଯୋଗ ପାଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷରେ ସମସ୍ତ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ

ମାନପତ୍ର ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande