ଗାଁର କାହାଣୀକୁ ଅତି ଚମତ୍କାର ଭାବେ ଉପସ୍ଥାପନ କରିଥିବା ଯୁବ କଣ୍ଟେଣ୍ଟ କ୍ରିଏଟର ଆଲୋକ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 05 ମାର୍ଚ୍ଚ (ହି.ସ.)- ଗାଁର କାହାଣୀକୁ ଅତି ଚମତ୍କାର ଭାବେ ଉପସ୍ଥାପନ କରିଥିବା ଯୁବ କଣ୍ଟେଣ୍ଟ କ୍ରିଏଟର ଆଲୋକ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଏକ ଭିଡିଓ ସେୟାର କରି
ଗାଁର କାହାଣୀକୁ ଅତି ଚମତ୍କାର ଭାବେ ଉପସ୍ଥାପନ କରିଥିବା ଯୁବ     କଣ୍ଟେଣ୍ଟ କ୍ରିଏଟର ଆଲୋକ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 05 ମାର୍ଚ୍ଚ (ହି.ସ.)- ଗାଁର କାହାଣୀକୁ ଅତି ଚମତ୍କାର ଭାବେ ଉପସ୍ଥାପନ

କରିଥିବା ଯୁବ କଣ୍ଟେଣ୍ଟ କ୍ରିଏଟର ଆଲୋକ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଏକ ଭିଡିଓ ସେୟାର କରି

କହିଛନ୍ତି ଯେ, ମୟୂରଭଞ୍ଜର ଜନଜାତି ବହୁଳ ଗାଁ 'ବୋବେଇଯୋଡ଼ା' କେବଳ ସ୍ୱଚ୍ଛତାର ଏକ ନୂଆ

ପରିଚୟ ସୃଷ୍ଟି କରିନାହିଁ ବରଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ 'ସ୍ୱଚ୍ଛ ଭାରତ ଅଭିଯାନ'କୁ ସଫଳ କରିବାର ନୂଆ

ଦିଶା ଦେଖାଇଛି । ପ୍ରକୃତି ସହ ମଣିଷର ନିବିଡ଼ ସମ୍ପର୍କ ଏବଂ ଶୃଙ୍ଖଳିତ ଜୀବନଶୈଳୀ ପାଇଁ ବୋବେଇଯୋଡ଼ା

ଆଜି ସମସ୍ତଙ୍କ ପାଇଁ ଏକ ପ୍ରେରଣା ।

ଏହି ସୁନ୍ଦର ଗାଁର କାହାଣୀକୁ ଅତି ଚମତ୍କାର ଭାବେ ଉପସ୍ଥାପନ

କରିଥିବା ଯୁବ କଣ୍ଟେଣ୍ଟ କ୍ରିଏଟର ଆଲୋକ ମିଶ୍ରଙ୍କୁ ଶୁଭେଚ୍ଛା। ଏହି ପ୍ରୟାସ ଅନ୍ୟମାନଙ୍କୁ

ସଚେତନ କରିବାରେ ସହାୟକ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande