ଆଗକୁ ଆହୁରି ବଢିପାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ
ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)- ରନ୍ଧନ ଗ୍ୟାସର ଅଭାବ ଡେଡଲାଇନ ରେ ଆସି ପହଞ୍ଚିଲାନି। ଯାହାର ଇମ୍ପେକ୍ଟ ଆଜି ଦେଖିବାକୁ ମିଳିଲା। ଆଗକୁ ଆଉରି ଦର ବୃଦ୍ଧି ହେବ ବୋଲି ପେଟ୍ରୋଲ, ଡିଜେଲ୍ ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି । ବଡ ବଡ ଇଣ୍ଡଷ୍ଟ୍ରି କୁ ଗ୍ୟାସ ଯୋଗାଇବା ବନ୍ଦ୍ ହୋଇ
ଆଗକୁ ଆହୁରି ବଢିପାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ


ଭୁବନେଶ୍ୱର, 07 ମାର୍ଚ୍ଚ (ହି.ସ.)- ରନ୍ଧନ ଗ୍ୟାସର ଅଭାବ ଡେଡଲାଇନ ରେ ଆସି ପହଞ୍ଚିଲାନି।

ଯାହାର ଇମ୍ପେକ୍ଟ ଆଜି ଦେଖିବାକୁ ମିଳିଲା। ଆଗକୁ ଆଉରି ଦର ବୃଦ୍ଧି ହେବ ବୋଲି ପେଟ୍ରୋଲ, ଡିଜେଲ୍ ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି ।

ବଡ ବଡ ଇଣ୍ଡଷ୍ଟ୍ରି କୁ ଗ୍ୟାସ ଯୋଗାଇବା ବନ୍ଦ୍ ହୋଇଛି। ସାଧାରଣ ଲୋକ

ମଧ୍ୟ ଯେତିକି ଗ୍ୟାସ ଆବଶ୍ୟକ ସେତିକି ବ୍ୟବହାର କରନ୍ତୁ, ଅଯଥା ଅପଚୟ କରନ୍ତୁ

ନାହିଁ ବୋଲି ସଂଘ ଅପିଲ୍ କରିଛି।

ଗ୍ୟାସ୍ ମୁଖ୍ୟତଃ କତାର ରୁ ଆସିଥାଏ, ଯାହା ବର୍ତ୍ତମାନ ବନ୍ଦ୍ ହୋଇଛି। ରନ୍ଧନ ଗ୍ୟାସ୍ ଦର

ଯାହା ବୃଦ୍ଧି ହୋଇଛି ତାହା ବେଶୀ ନୁହେଁ। କିନ୍ତୁ ଆଗକୁ ଯୁଦ୍ଧ ଲାଗି ରହେ ତେବେ ଦର ବୃଦ୍ଧି

ନୁହେଁ ମିଳିବା କଷ୍ଟ ହୋଇଯିବ।

ଅଶୋଧିତ ତୈଳ ଦର ଆଜି ୯୪ ଡଲାର୍ ବ୍ୟାରେଲ ପିଛା ବୃଦ୍ଧି ହୋଇଛି।

ତଥାପି ପେଟ୍ରୋଲ ଡିଜେଲ୍ ଦର ବୃଦ୍ଧି ପାଇବ ନାହିଁ। ଆମ ପାଖେ ଅଶୋଧିତ ତେଲ ମହଜୁଦ୍ ରହିଛି।

ମଧ୍ୟପ୍ରାଚ୍ୟକୁ ବାଦ୍ ଦେଲେ ଅନ୍ୟ ୪୨ ଟି ଦେଶରୁ ତେଲ ଆସୁଥିବାରୁ ପେଟ୍ରୋଲ ଡିଜେଲ୍ ର ଦର୍

ବୃଦ୍ଧି ଖାଉଟିଙ୍କୁ ବାଧିବ ନାହିଁ ବୋଲି ପେଟ୍ରୋଲ, ଡିଜେଲ୍ ବ୍ୟବସାୟୀ

ସଂଘ ସଭାପତି ସଂଜୟ ଲାଠ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande