ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ସମ୍ରାଟ ଚୌଧୁରୀଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇେ ଶୁଭେଚ୍ଛା
ଭୁବନେଶ୍ୱର, 15 ଏପ୍ରିଲ (ହି.ସ.) : ଧର୍ମେନ୍ଦ୍ର ପ୍ରଧାନ ବିହାରର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍ ମିଡିଆରେ ତାଙ୍କ ବାର୍ତ୍ତାରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଜେନ୍ଦ୍ର ପ୍ରସାଦ ଯାଦବ
ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ସମ୍ରାଟ ଚୌଧୁରୀଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇେ ଶୁଭେଚ୍ଛା


ଭୁବନେଶ୍ୱର, 15 ଏପ୍ରିଲ (ହି.ସ.) : ଧର୍ମେନ୍ଦ୍ର ପ୍ରଧାନ ବିହାରର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ସୋସିଆଲ୍ ମିଡିଆରେ ତାଙ୍କ ବାର୍ତ୍ତାରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଜେନ୍ଦ୍ର ପ୍ରସାଦ ଯାଦବ ଓ ବିଜୟ ଚୌଧୁରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ବିହାର ନିଶ୍ଚିତ ଭାବେ ସୁଶାସନ, ଉନ୍ନତି ଓ ଜନସେବାରେ ନୂତନ ମାନଦଣ୍ଡ ସ୍ଥାପନ କରିବ।

ସେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ, ଚାଷୀମାନଙ୍କ ସମୃଦ୍ଧି, ମାତୃଶକ୍ତିର ସଶକ୍ତିକରଣ, ଯୁବମାନଙ୍କ ପାଇଁ ବିସ୍ତୃତ ସୁଯୋଗ ସୃଷ୍ଟି ଏବଂ ସମାଜର ପ୍ରତ୍ୟେକ ବର୍ଗର କଳ୍ୟାଣର ସଙ୍କଳ୍ପ ସହ ‘ବିକଶିତ ବିହାର’ର ଲକ୍ଷ୍ୟ ଆହୁରି କାର୍ଯ୍ୟକାରୀ ଭାବେ ସାକାର ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande