୨୩ ତାରିଖ ସକାଳ ଠାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ହିଟ୍ ୱେଭ୍ ଚେତାବନୀ
ଭୁବନେଶ୍ୱର, ୨୧ ଅପ୍ରେଲ (ହି.ସ.)- ହିଟ୍ ୱେଭ୍ (ଗ୍ରୀଷ୍ମ ପ୍ରବାହ) ନେଇ ୨୩ ତାରିଖ ସକାଳ ଠାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ହିଟ୍ ୱେଭ୍ ନେଇ ୨୩ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ୩ ଜିଲ୍ଲା(ଅନୁଗୁଳ, ଝାରସୁଗୁଡ଼ା, ବ
୨୩ ତାରିଖ ସକାଳ ଠାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ହିଟ୍ ୱେଭ୍ ଚେତାବନୀ-୨


୨୩ ତାରିଖ ସକାଳ ଠାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ହିଟ୍ ୱେଭ୍ ଚେତାବନୀ-୧


୨୩ ତାରିଖ ସକାଳ ଠାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ହିଟ୍ ୱେଭ୍ ଚେତାବନୀ


ଭୁବନେଶ୍ୱର, ୨୧ ଅପ୍ରେଲ (ହି.ସ.)- ହିଟ୍ ୱେଭ୍ (ଗ୍ରୀଷ୍ମ ପ୍ରବାହ) ନେଇ ୨୩ ତାରିଖ ସକାଳ ଠାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ହିଟ୍ ୱେଭ୍ ନେଇ ୨୩ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ୩ ଜିଲ୍ଲା(ଅନୁଗୁଳ, ଝାରସୁଗୁଡ଼ା, ବଲାଙ୍ଗିର)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ହିଟ୍ ୱେଭ୍ ନେଇ ୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ସୁଦ୍ଧା ୪ ଜିଲ୍ଲା (ଝାରସୁଗୁଡ଼ା, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ହିଟ୍ ୱେଭ୍ ନେଇ ୨୫ ତାରିଖ ସକାଳ ଠାରୁ ୨୬ ତାରିଖ ସକାଳ ସୁଦ୍ଧା ୪ ଜିଲ୍ଲା (ଝାରସୁଗୁଡ଼ା, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande