
ବଲାଙ୍ଗିର, ୨୧ ଏପ୍ରିଲ୍ (ହି.ସ.)-
ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ମେଳା ସହିତ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ଓ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ମୁରିବାହାଲ ତହସିଲଦାର ଜଗଦିଶ କର୍ତ୍ତାମିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦାନ କରି ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ ଓ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରିଥିଲେ l ଏହି ଅବସରରେ ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ଟିଟିଲାଗଡ଼ ପଦ୍ମନାଭ ସାମନ୍ତରାୟ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବାସନ୍ତୀ ସେଠୀ, ମୁରିବାହାଲ ବ୍ଲକ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାର, ମୁରିବାହାଲ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରିଙ୍କୁ ମେହେର, ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ମଞ୍ଚାସିନ ଅତିଥିଙ୍କ ଦ୍ଵାରା ପଟ୍ଟା ବଣ୍ଟନ ସହିତ ଭତ୍ତା ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୋଟ ୨୩ ଜଣ ଭୂମିହୀନ ହିତାଧିକାରୀଙ୍କ ମଧ୍ୟରୁ ହଳଦୀ ଗ୍ରାମପଞ୍ଚାୟତ ଡଙ୍ଗରପଡା ଗ୍ରାମର ବଣୁଆ ହାତୀଙ୍କ ଦ୍ଵାରା ଘର ଭାଙ୍ଗିଥିବା ୭ ଜଣ ଭୂମିହୀନ ହିତାଧିକାରୀ ଓ ସେହି ଗ୍ରାମର ୯ ଜଣ ଭୂମିହୀନ ଏବଂ ଗୁଡିଘାଟ ଗ୍ରାମପଞ୍ଚାୟତର ବାବେଯୁରି ଗ୍ରାମର ଭୂମିହୀନ ହିତାଧିକାରୀ ୭ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୬୪ ଜଣ ମଧ୍ୟରୁ ୭ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ହଳଦୀ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଟୁନାମଣି ମହାନନ୍ଦ, ରାଜିବ କୁମାର ମହାନ୍ତି, ମୁକୁନ୍ଦ ବଗର୍ତ୍ତୀ, ହଳଦୀ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରମାରଞ୍ଜ ସେଟ୍, ଚଣାବାହାଲ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସରୋଜ କୁମାର ମେହେର, ଇଛାପଡା ଗ୍ରାମପଞ୍ଚାୟତ ସମିତି ସଭ୍ୟ ତୋଫାନ ନାଗ, ତହସିଲ କର୍ମଚାରୀ ଗୁପ୍ତେଶ୍ୱର ଛୁରା, ପ୍ରଭାସିନୀ ବିଭାର, ଗୋବିନ୍ଦ ମଲ୍ଲିକ, ଯୁଗଳ କିଶୋର ମାଝୀ, ଭୂପେନ୍ଦ୍ର ବେହେରା, ଗୋପାଳ ଭୋଇ, ଜେମନ୍ତ ଭୋଇ, ନାରାୟଣ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ