ଆସନ୍ତା କାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ
ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରିବା ପାଇଁ ସଂସଦରେ ଏହି ସଂସଦରେ ନାରୀ ଶକ୍ତି ଅଧିନିୟମ ବିରୋଧରେ କଂଗ୍ରେସ ସମେତ ଡିଏମ୍କେ, ଟିଏମ୍ସି, ସମାଜବାଦୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡି ସେମାନଙ୍କୁ ସମର୍ଥନ ଜଣାଇଥିଲା । ଓଡ଼ିଶାର ମହିଳାମାନେ
yikt9p


ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରିବା ପାଇଁ ସଂସଦରେ ଏହି ସଂସଦରେ ନାରୀ ଶକ୍ତି ଅଧିନିୟମ ବିରୋଧରେ କଂଗ୍ରେସ ସମେତ ଡିଏମ୍କେ, ଟିଏମ୍ସି, ସମାଜବାଦୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡି ସେମାନଙ୍କୁ ସମର୍ଥନ ଜଣାଇଥିଲା । ଓଡ଼ିଶାର ମହିଳାମାନେ ଏହାକୁ କେବେବି କ୍ଷମା ଦେବେନାହିଁ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଏପ୍ରିଲ ୨୨ ତାରିଖ ଦିନ ରାଜଧାନୀ ଭୁବନେଶ୍ୱରଠାରେ ବିଶାଳ ମହିଳା ଆକ୍ରୋଶ ଯାତ୍ରା ଅନୁଷ୍ଠିତ ହେବ । ସମାଜରୁ ଆସିଥିବା ପ୍ରତ୍ୟେକ ବର୍ଗର ମହିଳା ଏହି ଯାତ୍ରାରେ ସାମିଲ ହେବେ । ଆସନ୍ତା କାଲି ଅପରାହ୍ନ ୪ଟାରେ ଏହି ଆକ୍ରୋଶ ଯାତ୍ରା ପ୍ରଦର୍ଶନୀ ପଡ଼ିଆରୁ ଆରମ୍ଭ ହୋଇ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଯିବ । ଏହି ଅବସରରେ ଛୋଟ ଛୋଟ ପଥପ୍ରାନ୍ତ ସଭା ମଧ୍ୟ କରାଯିବ । ଏହି ମହିଳା ଆକ୍ରୋଶ ରାଲିରେ ୫୦ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗ ଦେବେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ଚର୍ଯ୍ୟା ବିଶ୍ୱାଳ ସୁଚନା ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା. ବିଶ୍ୱାଳ କହିଛନ୍ତି ଯେ, ସେହିଭଳି ଅନେକ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯିବ । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସମେତ ପ୍ରମୁଖ ସହରମାନଙ୍କରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟର ମାଁ ଓ ଭଉଣୀଙ୍କୁ ବିରୋଧୀ ଦଳଗୁଡିକର ମହିଳା ବିରୋଧୀ ଆଭିମୁଖ୍ୟକୁ ପର୍ଦ୍ଦାଫାଶ କରାଯିବ । ଏପ୍ରିଲ ୨୪ ଓ ୨୫ ତାରିଖ ଦିନ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଏବଂ ଏପ୍ରିଲ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମଣ୍ଡଳରେ ମହିଳା ଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ ହେବ । ମହିଳା ମୋର୍ଚ୍ଚା ଏବଂ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଭଉଣୀମାନେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଲୋଚନାଚକ୍ର କରି ସେମାନଙ୍କ ସହ ହୋଇଥିବା ଅନ୍ୟାୟ ସମ୍ପର୍କରେ ପ୍ରତିବାଦ କରିବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକ, ପିଙ୍କି ପ୍ରଧାନ, ମମତା ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ପଢ଼ିଆରୀ, ରୋଜାଲିନ୍ ଦାସ ଓ ରାଜ୍ୟ ପ୍ୟାନେଲିଷ୍ଟ ତୃପ୍ତି ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande