ଏନଏଚ–୪୯ କୋଲାବିରା ଅଞ୍ଚଳରେ ବର୍ଜ୍ୟ ଗୁଣ୍ଡ ଉଡୁଛୁ, ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ଝାରସୁଗୁଡ଼ା, ୨୧ ଅପ୍ରେଲ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଏକ ବୃହତ୍ କାରଖାନାରୁ ବର୍ଜ୍ୟ ଗୁଣ୍ଡ ପରିବହନକୁ କେନ୍ଦ୍ର କରି କୋଲାବିରା ଅଞ୍ଚଳରେ ପୁଣିଥରେ ପ୍ରଦୂଷଣ ସମସ୍ୟା ଗଭୀର ରୂପ ନେଇଛି। ଜାତୀୟ ରାଜପଥ ନମ୍ବର ୪୯ରେ ଝାରସୁଗୁଡ଼ା–କୋଲାବିରା–କୁଚିଣ୍ଡା ମାର୍ଗ ଦେଇ ପ୍ରତିଦିନ ଶତାଧିକ ଭାରି ଯାନରେ
ଏନଏଚ–୪୯ କୋଲାବିରା ଅଞ୍ଚଳରେ ବର୍ଜ୍ୟ ଗୁଣ୍ଡ ଉଡୁଛୁ, ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ


ଝାରସୁଗୁଡ଼ା, ୨୧ ଅପ୍ରେଲ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଏକ ବୃହତ୍ କାରଖାନାରୁ ବର୍ଜ୍ୟ ଗୁଣ୍ଡ ପରିବହନକୁ କେନ୍ଦ୍ର କରି କୋଲାବିରା ଅଞ୍ଚଳରେ ପୁଣିଥରେ ପ୍ରଦୂଷଣ ସମସ୍ୟା ଗଭୀର ରୂପ ନେଇଛି। ଜାତୀୟ ରାଜପଥ ନମ୍ବର ୪୯ରେ ଝାରସୁଗୁଡ଼ା–କୋଲାବିରା–କୁଚିଣ୍ଡା ମାର୍ଗ ଦେଇ ପ୍ରତିଦିନ ଶତାଧିକ ଭାରି ଯାନରେ ବର୍ଜ୍ୟ ଗୁଣ୍ଡ ଦେବଗଡ଼ ଓ ବଣେଇ ଅଞ୍ଚଳକୁ ପରିବହନ ହେଉଥିବା ଅଭିଯୋଗ ହେଉଛି। ଅସୁରକ୍ଷିତ ଭାବେ ଓ ଓଭରଲୋଡ଼ିଂ କରି ବର୍ଜ୍ୟ ବୋଝାଯାଉଥିବାରୁ ରାସ୍ତା ଉପରେ ଗୁଣ୍ଡ ପଡ଼ି ପବନରେ ଉଡ଼ୁଛି। ଯେଉଁ ସ୍ଥାନରେ ଅଧିକ ପରିମାଣରେ ବର୍ଜ୍ୟ ସଂଚୟ ହୋଇଛି, ସେଠାରେ ଗାଡ଼ି ଚଳାଚଳ ସମୟରେ କୁହୁଡ଼ି ସଦୃଶ ପରିସ୍ଥିତି ସୃଷ୍ଟି ହେଉଛି। ଏହା ଯାତ୍ରୀମାନଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି, ବିଶେଷ କରି ସାଇକେଲ ଓ ବାଇକ ଚାଳକମାନେ ଅଧିକ ପ୍ରଭାବିତ ହେଉଛନ୍ତି। କେମିକାଲ ଯୁକ୍ତ ବର୍ଜ୍ୟ ଗୁଣ୍ଡ ପବନରେ ଉଡ଼ିବାରୁ ବାତାବରଣ ପ୍ରଦୂଷଣ ଭୟାବହ ରୂପ ନେଉଛି ଏବଂ ଏହା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ସମସ୍ଯା ହେବା ଆରମ୍ଭ କରିଛି।

ସ୍ଥାନୀୟ ଯୁବନେତା ମନୁଆ ପୁରୋହିତଙ୍କ କହିବା ଅନୁସାରେ, କାରଖାନାଟି ପ୍ରଭାବଶାଳୀ ହୋଇଥିବାରୁ ପ୍ରଶାସନଙ୍କୁ ଅଭିଯୋଗ କରିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।

ସୂଚନା ମିଳୁଛି ଯେ, ଜିଲ୍ଲା ବାହାରର ଜଣେ ରାଜନୈତିକ ନେତାଙ୍କ ତତ୍ତ୍ୱାବଧାନରେ ଏହି ବର୍ଜ୍ୟ ପରିବହନ ହେଉଛି। ପୂର୍ବରୁ ୨୦୨୫ ମସିହାରେ ଏହି ସମସ୍ୟା ନେଇ ଜନମତ ଜୋରଦାର ହେବା ପରେ ବିଧାୟକ ଟଙ୍କଧର ତ୍ରିପାଠୀ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିଲେ ଓ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ହସ୍ତକ୍ଷେପ କରିଥିଲେ। ତା'ପରେ କୋଲାବିରା ମାର୍ଗରେ ବର୍ଜ୍ୟ ପରିବହନ ପ୍ରାୟ ୬ ମାସ ପର୍ଯ୍ୟନ୍ତ ବନ୍ଦ ଥିଲା ଏବଂ ଅଞ୍ଚଳବାସୀ ଶାନ୍ତିରେ ଥିଲେ। କିନ୍ତୁ ପ୍ରାୟ ୧୦ ରୁ ୧୫ ଦିନ ହେଲା ପୁଣିଥରେ ବର୍ଜ୍ୟ ପରିବହନ ଆରମ୍ଭ ହୋଇଛି। ପ୍ରଥମେ ଲୋକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ କେବଳ ରାତିରେ ପରିବହନ କରାଯାଉଥିଲା, ଗତ କିଛି ଦିନ ହେଲା ଦିନ-ରାତି ଶତାଧିକ ଯାନ ଚଳାଚଳ କରୁଥିବା ଅଭିଯୋଗ ହେଉଛି। ଏହା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ପୁଣିଥରେ ଗଭୀର ଅସନ୍ତୋଷ ଦେଖାଦେଇଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande