ପୁରୀ ଶଙ୍କରାଚାର୍ଯ୍ୟ ମଠ ଗୋବର୍ଦ୍ଧନ ପୀଠ ଦ୍ୱାରା ଆଦିଶଙ୍କରାଚାର୍ଯ୍ୟଙ୍କ ୨୫୩୩ ଜୟନ୍ତୀ ପାଳିତ
ପୁରୀ/ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୁରୀ ପୌରନିଗମର ସହଯୋଗରେ ଗୋବର୍ଦ୍ଧନ ମଠ ଏବଂ ପୀଠ ପରିଷଦ ଅଧୀନ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ସଦସ୍ୟମାନଙ୍କ ଉପସ୍ଥିତିରେ ଭଗବତ୍ପାଦ ଆଦିଶଙ୍କରାଚାର୍ଯ୍ୟଙ୍କ ୨୫୩୩ତମ ଜୟନ୍ତୀ ଦିବସ ଦ
uko


ପୁରୀ/ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୁରୀ ପୌରନିଗମର ସହଯୋଗରେ ଗୋବର୍ଦ୍ଧନ ମଠ ଏବଂ ପୀଠ ପରିଷଦ ଅଧୀନ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ସଦସ୍ୟମାନଙ୍କ ଉପସ୍ଥିତିରେ ଭଗବତ୍ପାଦ ଆଦିଶଙ୍କରାଚାର୍ଯ୍ୟଙ୍କ ୨୫୩୩ତମ ଜୟନ୍ତୀ ଦିବସ ଦିବ୍ୟ ଓ ଭବ୍ୟ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଛି।

ବୈଶାଖ ଶୁକ୍ଳ ପଂଚମୀ, ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୩ଟା ସମୟରେ ଆଦିଶଙ୍କରାଚାର୍ଯ୍ୟଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ ବସାଇ ନଗର ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରା ସମୟରେ ଭକ୍ତମାନେ ଭକ୍ତିଭାବରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଏବଂ ଉତ୍ସବକୁ ମହାସମାରୋହରେ ପାଳନ କରାଯାଇଥିଲା।

ଏହି ଶୋଭାଯାତ୍ରା ଗୋବର୍ଦ୍ଧନ ମଠ ପରିସରରୁ ଆରମ୍ଭ ହୋଇ ବାଲିସାହି, ସିଂହଦ୍ୱାର, ଦୋଳମଣ୍ଡପ ସାହି, ମୋଚିସାହି ଛକ, ରାମଚଣ୍ଡୀ ସାହି, ମରଚିକୋଟ ଗଳି, ବଡଦାଣ୍ଡ, ରାଜା ନଅର, ଦୋଳବେଦୀ, ଲକ୍ଷ୍ମୀମାର୍କେଟ, ମଣିକର୍ଣିକା ସାହି, ହରଚଣ୍ଡୀ ସାହି, ଗୌଡବାଡ ସାହି ଓ କାମାକ୍ଷ୍ୟା ମନ୍ଦିର ମାର୍ଗ ଦେଇ ପୁନର୍ବାର ଗୋବର୍ଦ୍ଧନ ମଠକୁ ଫେରିଥିଲା।

ଘଂଟ, ମୃଦଙ୍ଗ ଓ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନୀ ଶୋଭାଯାତ୍ରାକୁ ଆଧ୍ୟାତ୍ମିକ ମହଲ ଦେଇଥିଲା। ଏହାରେ ଏକ ହଜାରରୁ ଅଧିକ ଭକ୍ତ ଓ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ନଗର ବୀଜେ ସମୟରେ ପ୍ରାୟ ୧୨୦ଟି ସ୍ଥାନରେ ଚଉଦୋଳ ବିଜେ ହୋଇ ଭକ୍ତମାନଙ୍କ ଘରେ ପଂଟି ଭୋଗ ଲାଗି ହୋଇଥିଲା।ସମଗ୍ର କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରୟାପ୍ତ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା।

ଏହି ଅବସରରେ ରାଜ୍ୟ ଶଙ୍କର ଜୟନ୍ତୀ ସମାରୋହ ସମିତିର ସଭାପତି ଗଣେଶ୍ୱର ମହାସୁଆର, ଆଦିତ୍ୟ ବାହିନୀର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଖୁଂଟିଆ, ବର୍ତମାନ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ମହେଶ ବ୍ରହ୍ମଚାରୀ, ସୁଧାଂଶୁ ମହାନ୍ତି, ସମ୍ପାଦକ ଡ଼ଃ ପ୍ରକାଶ କୁମାର ଶତପଥୀ ଓ ସଂଯୋଜକ ବିଶ୍ୱଶାନ୍ତି ତ୍ରିପାଠୀଙ୍କ ସହିତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande