କେନ୍ଦ୍ରାପଡା ସିଡିଏମଓ ଙ୍କ ପଦୋନ୍ନତି, ରାଜ୍ୟ ପାଇଁ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ
Kendrapara, 21 ଏପ୍ରିଲ୍ (ହି.ସ.) --------------- କେନ୍ଦ୍ରାପଡା-୨୧/୦୪: କେନ୍ଦ୍ରାପଡା ଜିଲ୍ଲା ରେ କାର୍ୟ୍ୟରତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ.ମନୋରଞ୍ଜନ ରାଉତ ରାଜ୍ୟ ପାଇଁ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ସଚିବ ( ଟେକ୍ନିକାଲ) ପାଇଁ ପ
କେନ୍ଦ୍ରାପଡା ସିଡିଏମଓ ଙ୍କ ପଦୋନ୍ନତି, ରାଜ୍ୟ ପାଇଁ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ


Kendrapara, 21 ଏପ୍ରିଲ୍ (ହି.ସ.)

---------------

କେନ୍ଦ୍ରାପଡା-୨୧/୦୪: କେନ୍ଦ୍ରାପଡା ଜିଲ୍ଲା ରେ କାର୍ୟ୍ୟରତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ.ମନୋରଞ୍ଜନ ରାଉତ ରାଜ୍ୟ ପାଇଁ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ସଚିବ ( ଟେକ୍ନିକାଲ) ପାଇଁ ପଦୋନ୍ନତି ହୋଇଛନ୍ତି ( ଓଡ଼ିଶା ସରକାରଙ୍କ ନୋଟିଫିକେସନ୍ ସଂଖ୍ୟା ୧୦୮୫୯, ତାରିଖ - ୧୬.୦୪.୨୦୨୬ ଅନୁଯାୟୀ)କ୍ଷ ଏଥିପାଇଁ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର ଆୟର (ଆଇ .ଏ. ଏସ) ଡ଼. ରାଉତ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କ୍ଷ ଏଥି ସହିତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ମଧ୍ୟ ଅଭିନନ୍ଦନ କରାଯାଇଛି କ୍ଷ ଡ଼. ରାଉତ ଙ୍କ ପଦୋନ୍ନତିରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା କ୍ଷ ଏହି କାର୍ୟକ୍ରମକୁ ଡ. ସଚ୍ଚିଦାନନ୍ଦ ମିଶ୍ର , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ସଭାପତିତ୍ୱ କରିଥିଲେ କ୍ଷ ଡ଼. ମିଶ୍ର ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଇନ ଚାର୍ଜ ଭାବେ ରହିଲେ କ୍ଷ ଡ଼. ରାଉତ ଙ୍କୁ ରାଜ୍ୟ ଡାକ୍ତର ସଂଘ ( ଓମ୍ସା) ର ସଭାପତି ଏ.ଡି.ଏମ. ଓ ମେଡିକାଲ ଡ଼. କିଶୋର ଚନ୍ଦ୍ର ମିଶ୍ର ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ ଏବଂ ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସମସ୍ତ ଡାକ୍ତର, ଉପସ୍ଥିତ ସହିତ, ସମସ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ ଡି.ପି .ଏଚ. ଓ ଡ଼. ଗୌରାଙ୍ଗ ଚରଣ ଗିରି, ସମସ୍ତ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଦାସ, ଡ଼ ଶ୍ୟାମ ସୁନ୍ଦର ଟୁଡୁ ସହିତ ଡି. ପି.ଏମ୍ ଡ଼. ମନୋରଞ୍ଜନ ସାହୁ, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଫାଇନାନ୍ସିଆଲ୍ ଅଫିସର ଆଶୁତୋଷ ତ୍ରିପାଠୀ ଙ୍କ ସମେତ ଜିଲ୍ଲା ଜାତୀୟ ସ୍ବାସ୍ଥ୍ୟ ମିଶନ ର ସମସ୍ତ କର୍ମକର୍ତ୍ତା, ସି ଡି ଏମ୍ ଓ ଅଫିସ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଡ.ରାଉତ ଙ୍କ ବହୁମୁଖୀ ପ୍ରତିଭାର ପ୍ରଶଂସା କରିଥିଲେ କ୍ଷ ଅର୍ଥାତ୍ ଡ଼.ରାଉତ ଥିଲେ ଅତ୍ୟନ୍ତ କର୍ମତତ୍ପର, ସରଳ, ଜିଲ୍ଲା ପ୍ରଶାସନିକ ସହିତ ତାଙ୍କର ଉଚିତ୍ ପରାମର୍ଶ ଓ ସଠିକ୍ କର୍ମ, କ୍ଷେତ୍ର ପରିଦର୍ଶନ ସାଙ୍ଗକୁ କଡ଼ା ରିଭ୍ୟୁ ଆଦି କ୍ଷେତ୍ର ରେ ସେ ଥିଲେ ପାରଙ୍ଗମ କ୍ଷ ଶେଷରେ ଡ଼ ରାଉତ ଙ୍କୁ ସମ୍ବର୍ଦ୍ଧନା ପତ୍ର, ଉତ୍ତରୀୟ, ପୁଷ୍ପ ଗୁଚ୍ଛ, ମହାପ୍ରଭୁ ବଳଦେବଜଉଙ୍କ ଫଟୋଚିତ୍ର ଇତ୍ୟାଦି ପ୍ରଦାନ କରାଯାଇଥିଲା କ୍ଷ ଏହି ସମ୍ୱର୍ଦ୍ଧନା ସଭାରେ ଡ଼.ରାଉତଙ୍କ ମ୍ୟାଡ଼ାମ ଉପସ୍ଥିତ ଥିଲେ କ୍ଷ ଏହି ସଭାରେ ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରର ଟିଉଟର ମାନେ ଉପସ୍ଥିତ ଥିବା ସହିତ ଛାତ୍ରୀ ମାନଙ୍କ ଦ୍ଵାରା ବିଦାୟ କାଳୀନ ସମ୍ବର୍ଦ୍ଧନା ସଙ୍ଗୀତ ପରିବେଷଣ କରାଯାଇଥିଲା କ୍ଷ ଉତ୍ତରରେ ଡ଼ କେନ୍ଦ୍ରାପଡା ର ସମସ୍ତ ମେଡିକାଲ ଅଫିସର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡକ୍ଟର, ଏନ୍ .ଏଚ୍.ଏମ୍ ସମସ୍ତ ଷ୍ଟାଫ ଭଲ ବୋଲି ବାରମ୍ବାର କହିଥିଲେ କ୍ଷ ସେ ତାଙ୍କର ଦାୟୀତ୍ୱ କୁ କର୍ବବ୍ୟ ଭାବି କାମ କରୁଥିଲେ ବୋଲି କହିଥିଲେ କ୍ଷ ଏହି ସମ୍ୱର୍ଦ୍ଧନା ସଭାକୁ ଡେପୁଟୀ ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଡ଼. ସୁକାନ୍ତ କୁମାର ପ୍ରଧାନ ସଂଯୋଜନା ପୂର୍ବକ ଧନ୍ୟବାଦ୍ ପ୍ରଦାନ କରିଥିଲେ କ୍ଷ

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande