ଶିରିଡି ସାଇ ମନ୍ଦିର ର ପ୍ରାଥମ ବାର୍ଷିକ ଉତ୍ସବ ଯୋଗଦେଲେ ବହୁ ଶ୍ରଦ୍ଧାଳୁ
Kendrapara, 21 ଏପ୍ରିଲ୍ (ହି.ସ.) କେନ୍ଦ୍ରାପଡା-୨୧/୦୪: କେନ୍ଦ୍ରାପଡା ବ୍ଲକ ଅଧିନ ଚାରିଗାଁ ପଂଚାୟତସ୍ଥିତ ଜୟକୃଷ୍ଣପୁର ଗ୍ରାମର ମା '' ମାଳ ସାତଭଉଣୀ ମନ୍ଦିର ପ୍ରାଙ୍ଗଣରେ ପରମାରାଧ୍ୟ ସଦଗୁରୁ ଶିରିଡି ସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ସୋମବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି,ଏହି
ଶିରିଡି ସାଇ ମନ୍ଦିର ର ପ୍ରାଥମ ବାର୍ଷିକ ଉତ୍ସବ ଯୋଗଦେଲେ ବହୁ ଶ୍ରଦ୍ଧାଳୁ


Kendrapara, 21 ଏପ୍ରିଲ୍ (ହି.ସ.)

କେନ୍ଦ୍ରାପଡା-୨୧/୦୪: କେନ୍ଦ୍ରାପଡା ବ୍ଲକ ଅଧିନ ଚାରିଗାଁ ପଂଚାୟତସ୍ଥିତ ଜୟକୃଷ୍ଣପୁର ଗ୍ରାମର ମା ' ମାଳ ସାତଭଉଣୀ ମନ୍ଦିର ପ୍ରାଙ୍ଗଣରେ ପରମାରାଧ୍ୟ ସଦଗୁରୁ ଶିରିଡି ସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ସୋମବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି,ଏହି ଉପଲକ୍ଷେ ଅଙ୍କୁରାରୋପଣ, କଳସଯାତ୍ରା,ସୂର୍ୟ୍ୟପୂଜା, ଗୋପୂଜା ଓ ମଣ୍ଡପପୂଜା ସହିତ ବିଶ୍ଵଶାନ୍ତି ଯଜ୍ଞର ଆୟୋଜନ କରାଯାଇଥିଲା,ଏହି ଧାର୍ମିକ କାର୍ୟକ୍ରମରେ ଚାରିଗାଁ ସମେତ ଧୂମାତ, ଇନ୍ଦୁପୁର, ଘାଗରା, ନିକିରାଇ, କୁତରଙ୍ଗ, ଢୋଲ ଓ କୋର ପଂଚାୟତ ର ବହୁ ଶ୍ରଦ୍ଧାଳୁ ଉପସ୍ଥିତରହି ପ୍ରଭୁ କୃପା ଲାଭ କରି ଥିଲେ,ସନ୍ଧ୍ୟାରେ ଓଡ଼ିଶାର ବହୁ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଗରାପୁର ସ୍ଥିତ ଦିବ୍ୟ ଜୀବନ ସଂଘ ଆଶ୍ରମର ମୁଖ୍ୟ ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳ, ସମାଜସେବୀ ବିବେକାନନ୍ଦ ମହାରଣା, ଉମେଶ ଦାସ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଂଜନ ରାଉତ, ଯୁବନେତା ରାଜେଶ ପଣ୍ଡା ବିରୁପାକ୍ଷ ପାତ୍ର, କଳାକାର ମଲିକ, ହିରଣ୍ମୟ ବେହୁରା, ବିଶ୍ୱଜିତ କବି, ଅନନ୍ତ ମଲିକ ଓ ଅକ୍ଷୟ ପଲେଇ ପ୍ରମୁଖ ଯୋଗ ଦେଇ ସଦଗୁରୁଙ୍କୁ ଦର୍ଶନ କରିଥିଲେ । ବିଶିଷ୍ଟ ସମାଜସେବୀ ଶିବ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ତଥା ଗ୍ରାମବାସୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande