ଅସହ୍ୟ ତାତିରେ ସିଝୁଛି ଜୟପୁର, ସମସ୍ୟା ବଢ଼ାଉଛି ବିଦ୍ୟୁତର ଲୁଚକାଳି ଖେଳ; ବିଭିନ୍ନ ସ୍ଥାନରେ ମନଇଛା ବିଦ୍ୟୁତକାଟ
ଜୟପୁର, ୨୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାରେ ଗତ କିଛି ଦିନ ହେଲା ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି ଓ ଏହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ଓ ପ୍ରବଳ ଖରାତାତି ସାଙ୍ଗକୁ ବିଦ୍ୟୁତ୍ ବିଭାଗର ଲୁଚକାଳି ଏହି ଦୁଃଖକୁ ଦ୍ୱିଗୁଣିତ କରିଛି । ବିଶେଷ କରି ଗତ ଦୁଇ ତିନି ଦିନ ହେଲା ତାପମା
ଅସହ୍ୟ ତାତିରେ ସିଝୁଛି  ଜୟପୁର ସମସ୍ୟା ବଢ଼ାଉଛି ବିଦ୍ୟୁତର ଲୁଚକାଳି ଖେଳ ବିଭିନ୍ନ ସ୍ଥାନରେ ମନଇଛା ବିଦ୍ୟୁତକାଟ


ଜୟପୁର, ୨୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାରେ ଗତ କିଛି ଦିନ ହେଲା ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି ଓ ଏହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ଓ ପ୍ରବଳ ଖରାତାତି ସାଙ୍ଗକୁ ବିଦ୍ୟୁତ୍ ବିଭାଗର ଲୁଚକାଳି ଏହି ଦୁଃଖକୁ ଦ୍ୱିଗୁଣିତ କରିଛି । ବିଶେଷ କରି ଗତ ଦୁଇ ତିନି ଦିନ ହେଲା ତାପମାତ୍ରା ବୃଦ୍ଧି ପାଇଛି । ଏହି ତାପମାତ୍ରା ଭିତରେ ବିଭାଗୀୟ ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ ମନଇଚ୍ଛା ବିଦ୍ୟୁତ୍ କାଟ

ହେଉଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ଓ ଅନ୍ୟପକ୍ଷରେ ବିଦ୍ୟୁତ୍ ସରବରାହ ପ୍ରଭାବିତ ହେଉଛି । ଜୟପୁର ସହର ସମେତ କୋରାପୁଟ ଜିଲ୍ଲାର କୋଟପାଡ଼, ସେମିଲିଗୁଡା, କୋରାପୁଟ ସହ ବିଭିନ୍ନ ସ୍ଥାନରେ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ଅନୁଭବ ହୋଇଥାଏ । ଏହି କ୍ରମରେ ଚଳିତ ବର୍ଷ କିଛି ଦିନ ହେଲା ଜୟପୁର ସହରରେ ଯିବା ଆସିବା ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ସଂଧ୍ୟା ପର୍ଯ୍ୟନ୍ତ ସହରର ପ୍ରମୁଖ ରାସ୍ତା ଖାଲି ପଡିଛି । ବିଦ୍ୟୁତ ର ଲୁଚକାଳି ଖେଳ ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି । ଜିଲ୍ଲାର ପ୍ରାୟ ସବୁଆଡେ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଛି । ଗତ ପ୍ରାୟ ଗୋଟିଏ ସପ୍ତାହ ହେଲା ପ୍ରତ୍ୟେକ ଦିନ ତାପମାତ୍ରା ବୃଦ୍ଧି ପାଇଛି । ଖରା ସହ ଝାଞ୍ଜିପବନ ଯୋଗୁ ଦିନ ୧୦ଟାରୁ କିଛି ଦିନ ହେଲା ମନଇଚ୍ଛା ବିଦ୍ୟୁତ୍ କାଟି ଦିଆଯାଇଛି । ଏନେଇ କାରଣ ପଚାରିଲେ ବିଭାଗୀୟ କର୍ମଚାରୀ ବିଭିନ୍ନ ପ୍ରକାର ଆଳ ଦେଖାଉଛନ୍ତି ଓ ଜୟପୁର ସହରରେ ଯେତେବେଳେ ଲୋକମାନେ ତତଲା କଢେଇରେ ଭାଜି ହେଉଛନ୍ତି ସେହି ସମୟରେ ବିଦ୍ୟୁତ୍ ଲୁଚକାଳି ଖେଳ ଲୋକଙ୍କ ଅସନ୍ତୋଷ ବଢାଉଛି । ଅପରାହ୍ନ ୨ଟାରେ ବି ବିଦ୍ୟୁତ୍ କାଟି ଦିଆଯାଉଛି । ଏହାଫଳରେ ଲୋକେ ଗରମରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଧ୍ୟରାତିରେ ମଧ୍ୟ ମନଇଚ୍ଛା

ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିଦିଆଯାଉଛି । ତେବେ ଶକ୍ତି ବିଭାଗ ମନ୍ତ୍ରୀ ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ୍ କାଟ କରି ଲୋକଙ୍କୁ ହଇରାଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟାଟା ପାୱାର କିନ୍ତୁ ନିଜ ମନଇଚ୍ଛା କାରବାର ଚଳାଇଛି । ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବି ବେଖାତିର କରୁଛି । ଏନେଇ ଟାଟା ପାୱାର ଅଧିକାରୀଙ୍କୁ ପଚାରିଲେ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋଳେ କୁଲର, ଏସି ଚଳାଉଛନ୍ତି । ସେହିଭଳି ରନ୍ଧନ ଗ୍ୟାସ୍ ଅଭାବ ଯୋଗୁ ମଧ୍ୟ ଲୋକେ ଇଣ୍ଡକ୍ସନ ଓ ହିଟର ବ୍ୟବହାର ବଢାଇଛନ୍ତି । ମରାମତି ପାଇଁ ବିଦ୍ୟୁତ୍ କାଟିବାକୁ ପଡୁଥିବା ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande