ବିଏମସି ପକ୍ଷରୁ ସଫେଇ କର୍ମଚାରୀଙ୍କ ପାଇଁ ଖୋଲିଲା ବହୁମୁଖୀ ବିଶ୍ରାମସ୍ଥଳୀ
ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ଭୁବନେଶ୍ୱର ମହାନଗର ନିଗମ(ବିଏମସି) କର୍ତୃପକ୍ଷ ସଫେଇ କର୍ମଚାରୀଙ୍କ ପାଇଁ ଦୁଇଟି ଆଟେଣ୍ଡେନ୍ସ କିଓସ୍କ ତଥା ବହୁମୁଖୀ ବିଶ୍ରାମସ୍ଥଳୀ ଉତ୍ସର୍ଗ କରିଛନ୍ତି । ୩୦ ନମ୍ବର ଓ ୨୩ ନମ୍ବର ୱାର୍ଡରେ ଦୁଇଟି ବହୁମୁଖୀ ବିଶ୍ରାମସ୍ଥଳୀ ଉଦଘାଟିତ ହୋଇଯାଇଛି । ୩୦ ନମ୍ବର ୱାର
bmc


ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ଭୁବନେଶ୍ୱର ମହାନଗର ନିଗମ(ବିଏମସି) କର୍ତୃପକ୍ଷ ସଫେଇ କର୍ମଚାରୀଙ୍କ ପାଇଁ ଦୁଇଟି ଆଟେଣ୍ଡେନ୍ସ କିଓସ୍କ ତଥା ବହୁମୁଖୀ ବିଶ୍ରାମସ୍ଥଳୀ ଉତ୍ସର୍ଗ କରିଛନ୍ତି । ୩୦ ନମ୍ବର ଓ ୨୩ ନମ୍ବର ୱାର୍ଡରେ ଦୁଇଟି ବହୁମୁଖୀ ବିଶ୍ରାମସ୍ଥଳୀ ଉଦଘାଟିତ ହୋଇଯାଇଛି । ୩୦ ନମ୍ବର ୱାର୍ଡରେ ମଙ୍ଗଳବାର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ମେୟର ସୁଲୋଚନା ଦାସ , ଅଧ୍ୟକ୍ଷ ଫାଇନାନ୍ସ ଓ ଟାକ୍ସେସନ ତଥା ୩୦ ନମ୍ବର ୱାର୍ଡର କର୍ପୋରେଟର, ବିଶିଷ୍ଠ ଶିଶୁରୋଗ ବିଶେଷଜ୍ଞ, ଅତିରିକ୍ତ କମିଶନର, ପରିମଳ ଡେପୁଟି କମିଶନର, ପରିମଳ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ମଂଚାସୀନ ଥିଲେ । ସେହିପରି ୨୩ ନମ୍ବର ୱାର୍ଡ ବହୁମୁଖୀ ବିଶ୍ରାମସ୍ଥଳୀ ଉଦ୍ଘାଟନ କାର୍ଯ୍ୟକ୍ରମରେ ମେୟରଙ୍କ ସମେତ ୨୩ ନମ୍ବର ୱାର୍ଡର କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande