
ମୁମ୍ବାଇ, ୧୬ ଏପ୍ରିଲ୍(ହି.ସ.) – ମହାରାଷ୍ଟ୍ରର ନାଂଦେଡ଼ ସହରର ଦେଗଲୁର ନାକା ଅଂଚଳରେ ଗୁରୁବାର ଦିନ ଏକ ଖାଲରେ ଜମିଥିବା ପାଣିରେ ବୁଡ଼ି ଚାରି ଶିଶୁଙ୍କ ମୃତ୍ୟୁ ହୋଇଛି। ଘଟଣାର ସୂଚନା ମିଳିବା ପରେ ଇତୱାରା ପୋଲିସ୍ ଷ୍ଟେସନର ଟିମ୍ ଘଟଣାସ୍ଥଳରେ ପଂହଚିଥିଲେ ଏବଂ ଚାରି ଶିଶୁଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଏହି ଘଟଣାରେ ଦେଗଲୁର ଅଂଚଳର ପରିବେଶ ଶୋକାକୁଳ ହୋଇଯାଇଛି।
ଏହି ଘଟଣାର ସୂଚନା ମିଳିବା ପରେ ପୋଲିସ୍ ଉପ ଅଧିକ୍ଷକ ପ୍ରଶାନ୍ତ ଶିନ୍ଦେ ଘଟଣାସ୍ଥଳରେ ପହଂଚି ମାମଲାର ଗଭୀର ଯାଂଚର ଆଦେଶ ଦେଇଛନ୍ତି। ସେ ସାମ୍ବାଦିକଙ୍କୁ କହିଛନ୍ତି ଯେ କିଛି ମାସ ପୂର୍ବରୁ ସ୍ଥାନୀୟ ନଗର ନିଗମର ଟିମ୍ ଏଠାରେ ନାଳ କରିବା ପାଇଁ କାମ କରୁଥିଲା। ଏହି କାରଣରୁ ଏଠାରେ ଗଭୀର ଖାଲ ଖୋଳାଯାଇଥିଲା। ଏହି ଖାଲରେ ପାଣି ଜମା ହୋଇଯାଇଥିଲା। ଆଜି ଏହି ଖାଲରେ ଗାଧୋଇବା ପାଇଁ ଚାରି ଶିଶୁ ଯାଇଥିଲେ, କିନ୍ତୁ ପାଣିର ଅନ୍ଦାଜ ନଆସିବାରୁ ଚାରିଜଣ ବୁଡ଼ିଯାଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି