
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ଓଡିଶା ନାଗରିକ
ମଞ୍ଚ କୌଣସି ରାଜନୈତିକ ଦଳ ନୁହେଁ | ଅନେକ
ଲୋକ କହିଲେ ବିଜୁ ସାମୁଖ୍ୟ ହେଇଗଲା, ଦଳ ହୋଇଗଲା କିନ୍ତୁ ଓଡିଶାର
ନାଗରିକମାନଙ୍କୁ ସଚେତନ କରିବାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ହୋଇଛି ବୋଲି ବରିଷ୍ଠ
ନେତା ଅମର ପ୍ରସାଦ ଶତପଥି କହିଛନ୍ତି | ବିଜୁ ବାବୁଙ୍କ ସ୍ବପ୍ନ ଥିଲା
ଯୁବ ଶକ୍ତିକୁ ଜାଗ୍ରତ କରିବା | ପ୍ରକୃତରେ ଯେଉଁମାନେ ବିଜୁ ବାବୁଙ୍କ
ସେବା ଦେଇଥିଲେ ସେମାନେ ଅଖୋଜା ଅଲୋଡ଼ା ହୋଇଯାଇଥିଲେ | ଆଜି ଓଡିଶା
ମଞ୍ଚ ସେମାନଙ୍କୁ ସମ୍ମାନିତ କରିଛି | ଦାନା ଧରିଛି ଓଡିଶା ନାଗରିକ
ମଞ୍ଚ ଯେମିତି ଓଡିଶା ନାଗରିକ ମଞ୍ଚ ସମଗ୍ର ଓଡିଶାରେ ଚର୍ଚ୍ଚା ଆଲୋଚନା ହେଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା