
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ବିଜୁ ତିରୋଧାନ
ଦିବସରେ ବିଜୁ ଲିଗାସୀ ଏକାଠି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ବିଜୟ
ମହାପାତ୍ର । ସେ କହିଛନ୍ତି ଯେ, ବିଜୁଙ୍କ ବିଷୟରେ ବହୁ ଲୋକ ବାହାରେ ବହୁତ କଥା କହୁଛନ୍ତି ।ହେଲେ
ବିଜୁ ବାବୁଙ୍କ ବାସ୍ତବ ପରିବାରକୁ କେବେ ସମ୍ମାନିତ କରାଯାଇନଥିଲା । ବିଜୁ ପଟ୍ଟନାୟକଙ୍କ
ଡ୍ରାଇଭର, ରୋଷେୟାଙ୍କ ପରିବାରରୁ ଜଣ ଜଣଙ୍କୁ ସମ୍ମାନିତ
କରିବା ସହ ବିଜୁ ବାବୁଙ୍କ ଟାଇପିଷ୍ଟଙ୍କୁ ସମ୍ମାନିତ କରି ଆମେ ଗର୍ବିତ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା