ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ 29 ତମ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ବାବୁ ଜଣେ ସ୍ୱ
ବିଜୁ ପଟ୍ଟନାୟକଙ୍କ ଅଧୁରା     ସ୍ବପ୍ନକୁ ପୂରଣ କରିବ ଆମ ସରକାର : ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ପ୍ରବାଦ ପୁରୁଷ

ବିଜୁ ପଟ୍ଟନାୟକ 29 ତମ ଶ୍ରାଦ୍ଧ ଦିବସ

ଅବସରରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ,

ଶିଳ୍ପପତି, ଓଡିଶାକୁ ଭଲ ପାଉଥିବା ରାଜନେତା । ଓଡିଶା

ମାଟିର ଗୌରବ ଏବଂ ଦେଶର ସଂମାନ ପାଇଁ ସିଏ ସର୍ବଦା ଲଢେଇ କରୁଥିଲେ । ଓଡ଼ିଶାର ସ୍ୱାଭିମାନ ଏବଂ

ସଂମାନ ପାଇଁ ସିଏ କେବେ ସାଲିସ କରିନଥିଲେ । ଓଡିଶାକୁ ସମ୍ବୃତ କରିବାକୁ ସ୍ବପ୍ନ ଦେଖିଥିଲେ

ବିଜୁ ପଟ୍ଟନାୟକ । ବିଜୁ ପଟ୍ଟନାୟକ ସଂକଳ୍ପ ଏବଂ ସ୍ବପ୍ନକୁ ନେଇ ଆମ ସରକାର ମଧ୍ୟ ସମ୍ବୃତ

ଓଡିଶା ଗଠନ କରିବାକୁ କାଯ୍ୟ କରୁଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଓଡିଶାକୁ ସମ୍ବୃତ କରିବା ଏବଂ ଓଡିଶା ଅସ୍ମିତାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ବିଜୁ

ବାବୁଙ୍କର ଯେଉଁ ସ୍ବପ୍ନ ଅଧୁରା ରହିଯାଇଛି, ସେହି ସପ୍ନକୁ ପୁରା କରିବାକୁ ଆମ ସରକାର ସଂକଳ୍ପ ନେଇଛନ୍ତି । ଆଗାମୀ ଦିନରେ ଓଡ଼ିଆ ସ୍ୱାଭିମାନ

ବିଶ୍ୱ ଦରବାରରେ ପହଂଚିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande