ବିଜୁ ବାବୁଙ୍କ ତିରୋଧାନ ଦିବସରେ ବିନ୍ଦୁସାଗରରେ ବିଜେଡି ପକ୍ଷରୁ ତିଳତର୍ପଣ
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଜି ତିରୋଧାନ ଦିବସ। ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ପବିତ୍ର ବିନ୍ଦୁସାଗରରେ ତିଳତର୍ପଣ କରାଯାଇଛି। ଏହି ତିଳତର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା
ବିଜୁ ବାବୁଙ୍କ ତିରୋଧାନ     ଦିବସରେ ବିନ୍ଦୁସାଗରରେ ବିଜେଡି ପକ୍ଷରୁ ତିଳତର୍ପଣ


ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ପ୍ରବାଦ ପୁରୁଷ

ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଜି ତିରୋଧାନ ଦିବସ। ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ପବିତ୍ର

ବିନ୍ଦୁସାଗରରେ ତିଳତର୍ପଣ କରାଯାଇଛି। ଏହି ତିଳତର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ

ପଣ୍ଡା, ଦେବୀ ମିଶ୍ର, ବିଧାୟକ

ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର

ସୁଲୋଚନା ଦାସଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି ନେତା-ନେତ୍ରୀ, ବିଜୁ

ପ୍ରେମୀ ସାମିଲ ହୋଇଛନ୍ତି।

ଏହି ଅବସରରେ ବିଜେଡି ନେତା

କହିଛନ୍ତି ଯେ, ବିଜୁ ବାବୁ ହେଉଛନ୍ତି ରାଜନୀତିରୁ ଉର୍ଦ୍ଧ୍ବରେ। ସେ ଜଣେ ବିରଳ ଭାରତୀୟ।

ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ। ପ୍ରତ୍ୟେକ ଓଡ଼ିଆ ତାଙ୍କ ପାଇଁ ଗର୍ବ କରେ।

ଓଡ଼ିଶାର ନବନିର୍ମାଣର ଶ୍ରେଷ୍ଠ ବିନ୍ଧାଣି ବୋଲି ତାଙ୍କୁ କୁହାଯାଏ। ସେ ବିକାଶର ସାରଥି। ଭାରତ

ରାଜନୀତିରେ ଯେତେବେଳେ ଉଥଲପୁଥଲ ହୋଇଛି, ବିଜୁ ପଟ୍ଟନାୟକ ସେତେବେଳେ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ସେ ଜଣେ ମହାନ

ଦେଶପ୍ରେମୀ ତଥା ବିକାଶର ସାରଥୀ। ତାଙ୍କୁ ଦଳମତ ନିର୍ବିଶଷେରେ ସମସ୍ତେ ସମ୍ମାନ କରନ୍ତି। ଏଥିରେ

କୌଣସି ରାଜନୀତି ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande