
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)
- ସୀମା
ନିର୍ଦ୍ଧାରଣକୁ ନେଇ ଦେବୀ ମିଶ୍ର ଶାସକ ଦଳକୁ ପ୍ରଶ୍ନ କରି ପଚାରିଛନ୍ତି ଯେ, ଶାସକ ଦଳ କେମିତି
ଜାଣିଲେ ନବୀନ ବାବୁ ବିରୋଧ କରୁଛନ୍ତି? ସେ
କହିଛନ୍ତି ଯେ, ନବୀନ ପଟ୍ଟନାୟକ ଦ୍ବନ୍ଦ୍ୱ ନୁହେଁ, ସ୍ପଷ୍ଟତା ଚାହୁଁଛନ୍ତି।
ଓଡ଼ିଶାର ଆମେ ହେଉଛୁ ଆଞ୍ଚଳିକ ଦଳ। ନବୀନ ବାବୁ ଓଡ଼ିଶାର ଜନଗଣଙ୍କ ଦାୟାଦ ହିସାବରେ ଓଡ଼ିଶାକୁ
ତାର ହକ୍ ମିଳୁ ବୋଲି ଚାଁହାନ୍ତି।ଓଡ଼ିଶାର ନ୍ୟାର୍ଯ୍ୟ ଯେତିକି ସୀମା ପୁନଃ ନିର୍ଦ୍ଧାରଣ ହେଲେ
ତାହା ଆମକୁ ମିଳୁ। ନବୀନ ବାବୁ ଓଡ଼ିଶା ହକ ସହ ସାଲିସ କରିବାକୁ ଚାହୁନାହାନ୍ତି। ବିଜେଡି ଲୋକ
ଶକ୍ତିରେ ବଳିୟାନ। ଲୋକଶକ୍ତି ଯାହାର ସେ ଭୟ କରିବ କାହାକୁ? କାହାଣୀ
ଏଭଳି ଚାଲୁ। ଆଲୋଚନା ପର୍ଯ୍ୟାଲୋଚନା ଅନ୍ୟମାନେ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା