
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ବିଜୁ ଲିଗାସୀ
ଏକାଠି ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଦିଲ୍ଲୀପ ରାୟ । ସେ କହିଛନ୍ତି ଯେ, ଏହା ଫ୍ୟାମିଲି
ଗେଟ ଟୁଗେଦର ଭଳି ଲାଗିଲା । ବିଜୁ ଲିଗାସୀ କଥା ଟିଭି ଓ ସୋସିଆଲ ମିଡ଼ିଆରେ ଚାଲିଛି । ବିଜୁଙ୍କ
ରୋଷେଆ ଖଇରାତି, ଡ୍ରାଇଭର ପ୍ରଫୁଲ୍ଲ ଓ
ଟାଇପିଷ୍ଟ ମୁନା ଖାନ ହେଲେ ପ୍ରକୃତ ବିଜୁ ଲିଗାସୀ । ବିଜୁଙ୍କ କାର୍ଯ୍ୟ ଆଦର୍ଶ କେତେ ପ୍ରଭାବ
ପକାଇଛି ତାହା ପ୍ରକୃତ ବିଜୁ ଲିଗାସୀ ।ଯେଉଁ ମାନେ ବିଜୁ ବାବୁଙ୍କୁ ଦେଖି ନାହାନ୍ତି, ଜାଣି ନାହାନ୍ତି ସେମାନେ ବିଜୁ ବାବୁଙ୍କ କଥା ଆମକୁ ବୁଝାଉଛନ୍ତି । ବିଜୁ ବାବୁଙ୍କ
ସ୍ନେହ, ଉପଦେଶ, ରାଗ ସବୁ ଦେଖିଛି । ବିଜୁ
ବାବୁଙ୍କ ଶେଷ ଦେଢ଼ ବର୍ଷ ତାଙ୍କ ସେବା କରିବାର ସୁଯୋଗ ପାଇଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା