
ନୂଆଦିଲ୍ଲୀ, 17
ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ
ଚନ୍ଦ୍ରଶେଖରଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଭାବୁକ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ
କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, “ଏହି ବର୍ଷ ପୂର୍ବତନ
ପ୍ରଧାନମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ 100ତମ ଜୟନ୍ତୀ ବର୍ଷର ଆରମ୍ଭ ହେଉଛି। ଏହା ଏକ ସମୃଦ୍ଧ
ଓ ନ୍ୟାୟସଙ୍ଗତ ଭାରତ ପାଇଁ ତାଙ୍କ ସ୍ୱପ୍ନକୁ ସାକାର କରିବା ପ୍ରତି ଆମର ପ୍ରତିବଦ୍ଧତାକୁ
ପୁନର୍ବାର ଦୃଢ଼ କରିବାର ସୁଯୋଗ ଅଟେ। ଶ୍ରୀ ଚନ୍ଦ୍ରଶେଖରଙ୍କୁ ଏକ ଏମିତି ଜନନେତା ଭାବେ ସ୍ମରଣ
କରାଯାଏ, ଯିଏ
ସାହସ, ଦୃଢ଼
ବିଶ୍ୱାସ ଏବଂ ଲୋକତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଗଭୀର ନିଷ୍ଠାରେ ପୂର୍ଣ୍ଣ ଥିଲେ।”
ସେ ଆହୁରି ଲେଖିଛନ୍ତି, “ଭାରତର
ମାଟି ସହ ଗଭୀର ଭାବେ ଜଡିତ ଏବଂ ସାଧାରଣ ନାଗରିକଙ୍କ ଆକାଂକ୍ଷା ପ୍ରତି ସମ୍ବେଦନଶୀଳ
ଚନ୍ଦ୍ରଶେଖରଜୀ ସାର୍ବଜନିକ ଜୀବନରେ ସରଳତା ଓ ସ୍ପଷ୍ଟତାର ପରିଚୟ ଦେଇଥିଲେ। ମୋତେ ସେହି
ସୁଯୋଗଗୁଡିକ ଭଲଭାବେ ମନେ ପଡ଼େ, ଯେତେବେଳେ ମୁଁ ତାଙ୍କ ସହିତ ମିଳିବା ଏବଂ ରାଷ୍ଟ୍ରର ଉନ୍ନତି
ସମ୍ବନ୍ଧୀୟ ବିଷୟରେ ଭାବବିନିମୟ କରିବାର ସୌଭାଗ୍ୟ ପାଇଥିଲି। ମୁଁ ଭାରତର ଯୁବମାନଙ୍କୁ ଆହ୍ୱାନ
କରୁଛି ଯେ ସେମାନେ ଭାରତର ଉନ୍ନତି ପାଇଁ ତାଙ୍କ ଭାବନା ଓ ପ୍ରୟାସ ସମ୍ପର୍କରେ ଅଧିକରେ
ପଢ଼ନ୍ତୁ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା