
ଭୁବନେଶ୍ୱର, 18 ଏପ୍ରିଲ୍ (ହି.ସ.)- ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ସମବାୟ
ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡିର ଇଣ୍ଡି
ମେଣ୍ଟ ସହ ଅଘୋଷିତ ବୁଝାମଣା ହୋଇଛି । ଆଗରୁ ବିଜେପିକୁ ସମର୍ଥନ କରୁଥିଲେ; ଏବେ ଇଣ୍ଡି
ମେଣ୍ଟକୁ ସମର୍ଥନ କରୁଛନ୍ତି । ଏହା ଦ୍ୱାରା ବିଜେପିର କିଛି ଅସୁବିଧା ହେବନି ପ୍ରଦୀପ ବଳସାମନ୍ତ
କହିଛନ୍ତି । ସେମାନେ ଭାବୁଛନ୍ତି ତାଙ୍କର ବିଜୟ ହେଲା ହେଲେ କ୍ଷତି ତାଙ୍କର ହେଲା । ନିର୍ବାଚନ
ଆସିଲେ ମହିଳାମାନେ ସେମାନଙ୍କୁ ପଚାରିବେ । ଆମେ ମହିଳାଙ୍କ ପାଖକୁ ଯିବୁ, କହିବୁ ଇଣ୍ଡି
ମେଣ୍ଟ ଆଉ ବିଜେଡି କଣ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା