ଗନ୍ଧମାର୍ଦ୍ଦନ ରେ ନିଆଁ ର ତାଣ୍ଡବ : ମଣିଷର ଅବିବେକିତା ରେ ଜଳୁଛି ପ୍ରକୃତି
ବଲାଙ୍ଗିର, 18 ଏପ୍ରିଲ୍ (ହି.ସ.) : ବଲାଙ୍ଗିର ଜିଲ୍ଲାର ଐତିହ୍ୟବାହୀ ଗନ୍ଧମାର୍ଦ୍ଦନ ପର୍ବତମାଳାର ବିଶାଳ ଜଙ୍ଗଲ ଅଞ୍ଚଳ ଏବେ ଭୟାବହ ଅଗ୍ନିକାଣ୍ଡରେ ଜଳୁଛି । ବରଗଡ଼ ରେଞ୍ଜରୁ ଆରମ୍ଭ ହୋଇଥିବା ନିଆଁ ଧୀରେ ଧୀରେ ତଳ ଅଞ୍ଚଳକୁ ବ୍ୟାପି ପରିବେଶ, ଜୈବ ବିବିଧତା ଓ ଜନଜୀବନ ପାଇଁ ଗଭୀର ସଙ୍କଟ ସୃଷ୍ଟି କ
ଗନ୍ଧମାର୍ଦ୍ଦନ ରେ ନିଆଁ ର ତାଣ୍ଡବ   : ମଣିଷର ଅବିବେକିତା ରେ ଜଳୁଛି ପ୍ରକୃତି


ବଲାଙ୍ଗିର, 18 ଏପ୍ରିଲ୍ (ହି.ସ.)

: ବଲାଙ୍ଗିର ଜିଲ୍ଲାର ଐତିହ୍ୟବାହୀ ଗନ୍ଧମାର୍ଦ୍ଦନ ପର୍ବତମାଳାର ବିଶାଳ ଜଙ୍ଗଲ ଅଞ୍ଚଳ ଏବେ ଭୟାବହ ଅଗ୍ନିକାଣ୍ଡରେ ଜଳୁଛି । ବରଗଡ଼ ରେଞ୍ଜରୁ ଆରମ୍ଭ ହୋଇଥିବା ନିଆଁ ଧୀରେ ଧୀରେ ତଳ ଅଞ୍ଚଳକୁ ବ୍ୟାପି ପରିବେଶ, ଜୈବ ବିବିଧତା ଓ ଜନଜୀବନ ପାଇଁ ଗଭୀର ସଙ୍କଟ ସୃଷ୍ଟି କରିଛି । ମହୁଲ ସଂଗ୍ରହ ପାଇଁ ଅସଚେତନ ଭାବେ ଲଗାଯାଉଥିବା ନିଆଁକୁ ଏହି ବିପଦର ପ୍ରଧାନ କାରଣ ବୋଲି କୁହାଯାଉଛି । ଏହି ଅଗ୍ନିକାଣ୍ଡ କେବଳ ଜଙ୍ଗଲକୁ ନୁହେଁ, ମାଟିର ଉର୍ବରତା, ବାୟୁ ଗୁଣବତ୍ତା ଓ ଅନେକ ନିର୍ଦୋଷ ବନ୍ୟପ୍ରାଣୀଙ୍କ ଜୀବନକୁ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ କରୁଛି । ଅନେକ ପକ୍ଷୀ, ସରୀସୃପ ଓ ପଶୁ ଏହି ନିଆଁରେ ଜୀବନ ହରାଉଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ । ଏପରି କଠିନ ପରିସ୍ଥିତିରେ ବନବିଭାଗର ଫାୟାର ସ୍କ୍ୱାର୍ଡ ସଦସ୍ୟମାନେ ଅସାଧାରଣ ସାହସ ଓ ନିଷ୍ଠାର ପରିଚୟ ଦେଉଛନ୍ତି । ତୀବ୍ର ତାପ ଓ ଧୂଆଁ ରେ ସେମାନେ ଦିନରାତି ଲଢ଼ି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ସେମାନଙ୍କର ଏହି ଅଦମ୍ୟ ପ୍ରୟାସ ସତ୍ୟରେ ପ୍ରଶଂସନୀୟ । ତଥାପି, ଯେପର୍ଯ୍ୟନ୍ତ ମଣିଷ ନିଜେ ସଚେତନ ହେବେ ନାହିଁ, ସେପର୍ଯ୍ୟନ୍ତ ଏପରି ଅଗ୍ନିକାଣ୍ଡକୁ ରୋକିବା କଷ୍ଟସାଧ୍ୟ । ସରକାରଙ୍କ ତତ୍କାଳ ପଦକ୍ଷେପ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର ସହ ସାଧାରଣ ଲୋକଙ୍କ ସଚେତନତା ହିଁ ଗନ୍ଧମାର୍ଦ୍ଦନକୁ ଏହି ବିପଦରୁ ବଞ୍ଚାଇପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande