ଭୁବନେଶ୍ୱର ଇନଫୋଭ୍ୟାଲି-୨ଠାରେ ଆସନ୍ତାକାଲି ଥ୍ରୀଡିଜିଏସ ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ହେବ ଶିଳାନ୍ୟାସ
ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର, 19 ଏପ୍ରିଲ (ହି.ସ.)-ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି କ୍ରମରେ ଆସନ୍ତାକାଲି ଓଡ଼ିଶାରେ ଆଉ ଏକ ଗୁରୁ
ଭୁବନେଶ୍ୱର ଇନଫୋଭ୍ୟାଲି-୨ଠାରେ ଆସନ୍ତାକାଲି ଥ୍ରୀଡିଜିଏସ     ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ହେବ ଶିଳାନ୍ୟାସ


ଶିଳାନ୍ୟାସ କାର୍ଯ୍ୟକ୍ରମରେ

ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, 19 ଏପ୍ରିଲ (ହି.ସ.)-ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗେଇ

ଚାଲିଛି । ଏହି କ୍ରମରେ ଆସନ୍ତାକାଲି ଓଡ଼ିଶାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସେମିକଣ୍ଡକ୍ଟର

ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ଭୁବନେଶ୍ୱର ଇନଫୋଭ୍ୟାଲି-୨ଠାରେ

ହେଟ୍ରେଜେନସ୍ ଇଣ୍ଟିଗ୍ରେସନ୍ ପ୍ୟାକେଜିଂ ସଲ୍ୟୁସନ୍ସ ବା ଥ୍ରୀଡି ଗ୍ଲାସ ସଲ୍ୟୁସନ

(ଥ୍ରୀଡିଜିଏସ୍) ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ, କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ

ମହାଲିଙ୍ଗଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ।

ଏହା ହେଉଛି ଭାରତର ପ୍ରଥମ ଅତ୍ୟାଧୁନିକ ଗ୍ଲାସ୍ ସେମିକଣ୍ଡକ୍ଟର

ପ୍ୟାକେଜିଂ ୟୁନିଟ୍ । ଏହି ଅଗ୍ରଣୀ ପ୍ରକଳ୍ପ ଦ୍ୱାରା ବିଶ୍ୱର ସବୁଠୁ ଆଧୁନିକ ଚିପ୍

ପ୍ୟାକେଜିଂ ପ୍ରଯୁକ୍ତି ଭାରତକୁ ଆସିପାରିବ। ଏହା ଓଡ଼ିଶାକୁ ପରବର୍ତ୍ତୀ ପିଢ଼ିର ସେମିକଣ୍ଡକ୍ଟର

ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ କରିବ । କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିବାର ଅଳ୍ପ ସମୟ

ମଧ୍ୟରେ ଶିଳାନ୍ୟାସ କରାଯିବା ଦ୍ରୁତ କାର୍ଯ୍ୟକାରିତାକୁ ପ୍ରଦର୍ଶିତ କରୁଛି । ପ୍ରକଳ୍ପ ପାଇଁ

ପ୍ରାୟ ୧,୯୪୩ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ।

ଏହାଦ୍ୱାରା ୨,୫୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି

ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ୫୦ ନିୟୁତ ଆସେମ୍ବଲ୍ଡ ୟୁନିଟ୍

ରହିଛି। ଏଠାରେ ତିଆରି ହେବାକୁ ଥିବା ଚିପ୍ଗୁଡ଼ିକ ମହାକାଶ, ପ୍ରତିରକ୍ଷା, ଏଆଇ, ଫାଇଭ୍ ଜି ପ୍ରଯୁକ୍ତି ଓ ଡାଟା ସେଣ୍ଟର ଆଦି କ୍ଷେତ୍ରରେ ବ୍ୟବହାର

କରାଯିବ ।

ଏହି ମାଇଲଖୁଣ୍ଟ ଓଡ଼ିଶାର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆହୁରି

ମଜବୁତ କରିବ । ଭାରତର ପ୍ରଥମ ରାଜ୍ୟ ଭାବରେ ଏକ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫେବ୍ରିକେସନ୍

ୟୁନିଟ୍ ଏବଂ ଗ୍ଲାସ୍ ସବଷ୍ଟ୍ରେଟ୍ ଉପରେ ଆଧାରିତ ଏକ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ

କେନ୍ଦ୍ର ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି । ଏହି ପଦକ୍ଷେପ ଉଚ୍ଚ-ପ୍ରଯୁକ୍ତି ଶିଳ୍ପକୁ

ପ୍ରୋତ୍ସାହିତ କରିବା, ବିଶ୍ୱସ୍ତରୀୟ ନିବେଶକୁ ଆକର୍ଷିତ କରିବା ଏବଂ

ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହିତ ଏକ ଦୃଢ଼ ନବସୃଜନ-ଚାଳିତ ଅର୍ଥବ୍ୟବସ୍ଥା ସୃଷ୍ଟି କରିବା

ଲାଗି ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ କରିଛି ।

ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ (ଆଇଏସଏମ - ୧) ଅଧୀନରେ, କେନ୍ଦ୍ର କ୍ୟାବିନେଟ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ

ସହିତ ୧୦ଟି ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି ।

ଏଥିମଧ୍ୟରୁ ଦୁଇଟି ୟୁନିଟରେ ୨୦୨୫-୨୬ ଶେଷ ତ୍ରୈମାସରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande