ଓଡିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ବୈଠକ, ରାଜ୍ୟ ସଂଘର ନେତୃତ୍ଵ ଉପରେ ଅସନ୍ତୋଷ
ଜୟପୁର, ୧୯ ଏପ୍ରିଲ୍ (ହି.ସ.)-ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଆଜି ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି ପୂରଣ ନ ହେବା ଦ୍ବାରା ଅମଲା ମାନେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ବେଳେ ରାଜ୍ୟ ସଂଘ ଏଥି ପ୍ରତି ଦ
ଓଡିଶା ଅମଲା ସଙ୍ଘ କୋରାପୁଟ ଜିଲ୍ଲା ଶାଖାର ବୈଠକ, ରାଜ୍ୟ ସଙ୍ଘର ନେତୃତ୍ୱ ଉପରେ ଅସନ୍ତୋଷ


ଜୟପୁର, ୧୯ ଏପ୍ରିଲ୍ (ହି.ସ.)-ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଆଜି ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି ପୂରଣ ନ ହେବା ଦ୍ବାରା ଅମଲା ମାନେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ବେଳେ ରାଜ୍ୟ ସଂଘ ଏଥି ପ୍ରତି ଦୃଷ୍ଟି ନଦେଇ ନିଜ ନିଜ ସ୍ବାର୍ଥରେ ରହୁଥିବା ନେଇ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଥିଲେ lବାରମ୍ବାର ରାଜ୍ୟ ସଂଘର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଫଳ ଶୁନ ବୋଲି ସମସ୍ତେ ମତ ଦେଇଥିଲେ lଓଡ଼ିଶା ଅମଲା ସଂଘର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲାରେ କରିବା ନିମନ୍ତେ ଓଡିଶା ଅମଲା ସଂଘର ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ବାରମ୍ବାର ଦାବି କରୁଥିବାରୁ ତାଙ୍କ ବିରୋଧରେ ରାଜ୍ୟ ସଂଘର କାର୍ଯ୍ୟାନୁଷ୍ଠାନକୁ ସମସ୍ତେ ତୀବ୍ର ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରାଯିବା ନେଇ ସମସ୍ତେ ମତ ଦେଇଥିଲେ l ଯେହେତୁ ଶଶୀଭୂଷଣ ଦାଶଙ୍କୁ ଅତିରିକ୍ତ ସାଧାରଣ ସମ୍ପାଦକ ଭାବେ ଗୃହ ବିଭାଗ ସ୍ଵିକୃତି ଦେଇଛନ୍ତି ରାଜ୍ୟ ସଂଘ ତାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେନି ବୋଲି ଶ୍ରୀ ଦାଶ୍ ମତ ଦେଇଛନ୍ତି l ଏ ନେଇ ରାଜ୍ୟ ଗୃହ ସଚିବ ଓଡ଼ିଶାଙ୍କୁ ଚିଠି ଲେଖି କୋରାପୁଟ ଆଦିବାସୀ ସଂଗ୍ରାହଳୟ ଠାରେ ତା ୨୩.୦୫.୨୦୨୬ ଓ ୨୪.୦୫.୨୦୨୬ ରିଖ ଦିନ ତ୍ରୟବାର୍ଷିକି ସମ୍ମିଳନି କରିବା ନିମନ୍ତେ ଅନୁମତି ନେବା ନେଇ ସୂଚନା ଦେଇଥିଲେ lରାଜ୍ୟ ସଂଘ ନେତୃବୃନ୍ଦଙ୍କ ମନମୁଖୀ ଶାସନ ଓ ଆକ୍ରୋଶମୂଳକ ମନୋଭାବକୁ ସମସ୍ତେ ନିନ୍ଦା କରିବା ସହିତ ତାଙ୍କ ବିରୁଦ୍ଧରେ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ହେବ ବୋଲି ମତ ପ୍ରକାଶ ପାଇଥିଲା lଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଅମଲା ସଂଘର ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସଭାପତି ଜଗନ୍ନାଥ ମାଝୀ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସାଙ୍ଗଠନିକ ସମ୍ପାଦକ କୈଳାଶ ସାମନ୍ତରାୟ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଉପ ସଭପତି ସଞ୍ଜୟ କୁମାର ରଥ, ଯୁଗ୍ମ ସମ୍ପାଦିକା ସୁଜାତା ମହାପାତ୍ର, ବରିଷ୍ଠ ସଦସ୍ୟ ତ୍ରିନାଥ ପଣ୍ଡା, ସଂଯୁକ୍ତା ନାୟକ, ବାଳ ଗୋପାଳ ମିଶ୍ର, ରଜନିକାନ୍ତ ଘଡେ଼ଇ ଓ ସୁଦର୍ଶନ ସାହୁଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅମଲା ଉପସ୍ଥିତ ରହି ଉଦବେଗ ପ୍ରକାଶ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande