ଜୟପୁର ତହସିଲ କ୍ୟାମ୍ପ କୋର୍ଟରେ କ୍ଷତିପୂରଣ ଦାବି ନେଇ ଚାଷୀଙ୍କ ପ୍ରତିବାଦ
ଜୟପୁର, ୧୯ ଏପ୍ରିଲ୍ (ହି.ସ.)- ଜୟପୁର–ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ମାଲିକଙ୍କ ଅଧିଗ୍ରହଣରେ ହୋଇଥିବା ଚାଷ ଏବଂ ଅନ୍ୟାନ୍ୟ କିସମର ଜମି ବାବଦକୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କ୍ଷତିରୂପରଣ ରାଶିକୁ ବିରୋଧ କରାଯାଇ ଜମି ମାଲିକ ମାନେ ଜୟପୁର ବ୍ଲକ ଅନ୍ତର୍ଗତ ବଡକାଉଡି ଗ୍ରାମ ଠାରେ ଆୟୋ
ଜୟପୁର ତହସିଲ କ୍ୟାମ୍ପ କୋର୍ଟରେ କ୍ଷତିପୂରଣ ଦାବି ନେଇ ଚାଷୀଙ୍କ ପ୍ରତିବାଦ


ଜୟପୁର, ୧୯ ଏପ୍ରିଲ୍ (ହି.ସ.)- ଜୟପୁର–ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ମାଲିକଙ୍କ ଅଧିଗ୍ରହଣରେ ହୋଇଥିବା ଚାଷ ଏବଂ ଅନ୍ୟାନ୍ୟ କିସମର ଜମି ବାବଦକୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କ୍ଷତିରୂପରଣ ରାଶିକୁ ବିରୋଧ କରାଯାଇ ଜମି ମାଲିକ ମାନେ ଜୟପୁର ବ୍ଲକ ଅନ୍ତର୍ଗତ ବଡକାଉଡି ଗ୍ରାମ ଠାରେ ଆୟୋଜିତ କ୍ୟାମ୍ପ କୋର୍ଟରେ ଅସନ୍ତୋଷ ପ୍ରକଟ କରିଥିଲେ । ଏହିପରି ଜମି ମାଲିକମାନେ ଏକ ସ୍ମାରକପତ୍ର ତହସିଲ କ୍ୟାମ୍ପ କୋର୍ଟରେ ଉପସ୍ଥିତ ରହିଥିବା ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ଏହିପରି ଦୁଇଟି ଫସଲ ଅମଳ ହେଉଥିବା ଚାଷ ଜମିକୁ ଏକର ପିଛା କ୍ଷତିପୂରଣ ରାଶି ମାତ୍ର ଅଢେଇଲକ୍ଷ ଟଙ୍କା ବହୁତ ମାତ୍ରାରେ କମିଯାଇଛି । ତେଣୁ ଉକ୍ତ ଜମି ଗୁଡିକ ବର୍ତ୍ତମାନ ବଜାର ଦର ଭାବେ ୫୦ ଲକ୍ଷ ଟଙ୍କା ବିକ୍ରି ହେଉଛି । କ୍ୟାମ୍ପ କୋର୍ଟରେ ଉପସ୍ଥିତ ରହିଥିବା ଅତିରିକ୍ତ ତହସିଲଦା ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଜମି ମାଲିକ ମାନେ କ୍ଷତିପୂରଣ ରାଶିକୁ ନେଇ ଅସନ୍ତୋଷ ପ୍ରକୋଟ କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ । ଏହିପରି ସମୁଦାୟ ୧୬ ଜଣଙ୍କ ଏକ ପ୍ରକଳ୍ପରେ ଯାଉଥିବା ଜମିର ସମସ୍ତ କ୍ଷତିପୂରଣ ଜମିର ପରିମାଣ, କାଗଜପତ୍ର, ପରିବାର ଦାବିଦାର ପ୍ରଭୃତି ଯାଞ୍ଚ କରାଯାଇଛି । ଅନ୍ୟପକ୍ଷରେ କ୍ୟାମ୍ପ କୋର୍ଟରେ ଅନେକ ଜମି ହରାଇବାକୁ ଥିବା ଜମି ମାଲିକ ମାନେ ପ୍ରତିବାଦ କରିବା ସହିତ ସରକାର, ରେଳ ବିଭାଗ ଓ ପ୍ରଶାସନ ବିରୋଧରେ ନାରାବାଜି କରିବା ସହିତ ରେଳ ଧାରଣା ପ୍ରକଳ୍ପକୁ ସ୍ବାଗତ କରୁଥିଲେ ସୁଦ୍ଧା ଜମି ହରାଇବାକୁ ଥିବା ଜମି ମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ମିଳିଲେ ରାଜରାସ୍ତାରେ ଧାରଣା ଓ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ।

ଜମି ମାଲିକ ଅକ୍ଷୟ ମିଶ୍ର, ରାମନାଥ ପାଣିଗ୍ରାହୀଙ୍କ ନେତୃତ୍ବରେ ଅନ୍ୟାନ୍ୟ ଜମିହରା ମାନେ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande