
ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ଯାଜପୁର
ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ମାମଲାରେ ୭ ଅଭିଯୁକ୍ତଙ୍କୁ
ଗିରଫ କରିଛି ଯାଜପୁର ପୋଲିସ। ଟ୍ରାକ୍ଟର ମାଲିକ,
ଡ୍ରାଇଭର ସମେତ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୫ଟି ଟ୍ରାକ୍ଟର ଓ ୨ଟି
ଜେସିବି ଜବତ କରାଯାଇଛି ।
ଗତକାଲି କୋରେଇ ଥାନା
ମୀନାବଜାର ଛକ ନିକଟରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଲଘୁ ଖଣିଜ ଲୁଟ୍ ହେଉଥିବା ଖବର ପାଇ
ଚଢ଼ାଉ କରିବାକୁ ଯାଇଥିବା ସମୟରେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ
ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ କୋରେଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ବ୍ୟାସନଗର ତହସିଲଦାର
ପ୍ରଶାନ୍ତ କୁମାର ପଣ୍ଡା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା