ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : କନ୍ଧମାଳ ଜିଲ୍ଲାର ଖଜୁରିପଡାରେ ସର୍ବାଧିକ ୨୫.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୧ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲାର ଖଜୁରିପଡାରେ ସର୍ବାଧିକ ୨୫.୦ ମି.ମି. ବର୍ଷା ରେକର୍ଡ଼଼ର୍ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ତିରିଂରେ ୧୯.୬ ମି.ମି., ଚନ୍ଦୁଆରେ ୧୯.୦ ମି.ମି., କୁସ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : କନ୍ଧମାଳ ଜିଲ୍ଲାର ଖଜୁରିପଡାରେ ସର୍ବାଧିକ ୨୫.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୧ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲାର ଖଜୁରିପଡାରେ ସର୍ବାଧିକ ୨୫.୦ ମି.ମି. ବର୍ଷା ରେକର୍ଡ଼଼ର୍ ହୋଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ତିରିଂରେ ୧୯.୬ ମି.ମି., ଚନ୍ଦୁଆରେ ୧୯.୦ ମି.ମି., କୁସୁମିରେ ୧୪.୦ ମି.ମି., ସୁଳିଆପଦାରେ ୧୨.୦ ମି.ମି., ବହଳଦାରେ ୧୨.୦ ମି.ମି., ବାଙ୍ଗିରିପୋଷିରେ ୧୧.୮ ମି.ମି., ଚନ୍ଦନପୁରରେ ୧୧.୨ ମି.ମି., ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ୧୧.୦ ମି.ମି., କେନ୍ଦୁଝର ଜିଲ୍ଲାର ବାଂଶପାଳରେ ୧୦.୨ ମି.ମି., କେନ୍ଦୁଝରଗଡ଼ରେ ୭.୬ ମି.ମି., ସାହରପଡାରେ ୭.୪ ମି.ମି. ଏବଂ ମୟୂରଭଞ୍ଜ ଜିଲ୍ଲାର ଜାମଦାରେ ୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande