ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ
ମାଲକାନଗିରି, ୨୬ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା ସଦରମହକୁମା ପୂର୍ବତନ ବୋର୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ସଭାପତି ଦୁଷ୍ମନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଓଡ଼ିଶାର ବରପୁତ୍ର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ।


ମାଲକାନଗିରି, ୨୬ ଏପ୍ରିଲ୍ (ହି.ସ.)-

ମାଲକାନଗିରି ଜିଲ୍ଲା ସଦରମହକୁମା ପୂର୍ବତନ ବୋର୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ସଭାପତି ଦୁଷ୍ମନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଓଡ଼ିଶାର ବରପୁତ୍ର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି।

ଉକ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ବାଲା ରାଜୁ ପାଢି ଯୋଗଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ମାଲକାନଗିରି ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଡ. ସରୋଜ କୁମାର ଦାଶ ପ୍ରମୁଖ ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଧୂପ ଦୀପ ପ୍ରଜ୍ବଳନ କରି ତାଙ୍କର ସଂକ୍ଷିପ୍ତ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।

ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉତ୍କଳ ସମ୍ମିଳନୀ ଶାଖା ସଭାପତି ଡ. ରଞ୍ଜନ କୁମାର ସ୍ବାଇଁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ତାରକ ମଣ୍ଡଳ, ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ପଣ୍ଡା, ଜଗବନ୍ଧୁ ସାହୁ, କେ. ଶିବଶଙ୍କର ପାତ୍ର, ଉପସଭାପତି ସୁରେନ୍ଦ୍ର ମଲ୍ଲିକ, ବାବାଜୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସଭା ଶେଷରେ ଉପଦେଷ୍ଟା ଶ୍ରୀ ପଟ୍ଟନାୟକ ସମସ୍ତ ଅତିଥି ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande