କାଲିମେଳା ସ୍ଵାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାପାଳଙ୍କ ସମୀକ୍ଷା, ରୋଗୀଙ୍କ ସୁବିଧା ପାଇଁ ସାମାଜିକ ସହଭାଗିତା ଉପରେ ଗୁରୁତ୍ଵ
ମାଲକାନଗିରି, ୨୮ ଏପ୍ରିଲ୍ (ହି.ସ.)- ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ଓ ସୁଦୃଢ଼ କରିବା ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଆଜି କାଲିମେଳା ବ୍ଲକ ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍
କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲାପାଳଙ୍କ ସମୀକ୍ଷା,ରୋଗୀଙ୍କ ସୁବିଧା ପାଇଁ ସାମାଜିକ


କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲାପାଳଙ୍କ ସମୀକ୍ଷା,ରୋଗୀଙ୍କ ସୁବିଧା ପାଇଁ ସାମାଜିକ


କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲାପାଳଙ୍କ ସମୀକ୍ଷା,ରୋଗୀଙ୍କ ସୁବିଧା ପାଇଁ ସାମାଜିକ


ମାଲକାନଗିରି, ୨୮ ଏପ୍ରିଲ୍ (ହି.ସ.)- ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ଓ ସୁଦୃଢ଼ କରିବା ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଆଜି କାଲିମେଳା ବ୍ଲକ ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ସେଠାରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ଓ ସୁବିଧା ସୁଯୋଗର ତଦାରଖ କରିଥିଲେ। ଜିଲ୍ଲାପାଳ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତିଟି ୱାର୍ଡ ବୁଲି ଦେଖିବା ସହ ଚିକିତ୍ସାଧୀନ ରୋଗୀଙ୍କ ସହ ସିଧାସଳଖ ଆଲୋଚନା କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିସହ ସ୍ୱାସ୍ଥ୍ୟ ସେବାକୁ ଅଧିକ ରୋଗୀ-ଅନୁକୂଳ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପ୍ରଶାସନର ପ୍ରାଥମିକତା ବୋଲି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରକାଶ କରିଛନ୍ତି। ଖରା ଦିନେ ରୋଗୀମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ, ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିରେ ସାମାଜିକ ସହଯୋଗର ଏକ ଉଦାହରଣ ଦେଖିବାକୁ ମିଳିଥିଲା। ସ୍ଥାନୀୟ ରୋଗୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ସାମାଜିକ ଦାୟିତ୍ୱବୋଧର ସହ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୫ଟି କୁଲର ପ୍ରଦାନ କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏହାକୁ ଗ୍ରହଣ କରିଛନ୍ତି ଏବଂ ଜିଲ୍ଲାପାଳ ଏହି ଅବସରରେ କହିଛନ୍ତି ଯେ, ସରକାରୀ ବ୍ୟବସ୍ଥା ସହ ଯେତେବେଳେ ସମାଜର ବିଭିନ୍ନ ବର୍ଗ ସ୍ୱତଃପ୍ରବୃତ୍ତ ଭାବେ ଜନସେବାରେ ସାମିଲ ହୁଅନ୍ତି, ସେତେବେଳେ ସେବା ଅଧିକ ପ୍ରଭାବଶାଳୀ ହୋଇଥାଏ।

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦୀନବନ୍ଧୁ ମହାନନ୍ଦ ଏବଂ କାଲିମେଳା ଉତ୍କଳ ସାମ୍ୱାଦିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆଲୋଚନା କରିଥିଲେ। ସମ୍ବାଦ ପରିବେଷଣ ସହିତ ମାନବିକ ସେବା କ୍ଷେତ୍ରରେ ସାମ୍ବାଦିକମାନଙ୍କ ଏହି ସହଯୋଗ ଅନ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ପଦକ୍ଷେପ ବୋଲି ପ୍ରଶାସନ ପକ୍ଷରୁ ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଅଶୋକ ମିଶ୍ର, କାଲିମେଳା ଓ ପଡିଆ ବ୍ଲକ ସଭାପତି ଟି. ସତ୍ୟ ନାରାୟଣ ସୁବୁଦ୍ଧି, ସାଧାରଣ ସମ୍ପାଦକ ସୌରଭ ମଣ୍ଡଳ, ବିଦ୍ୟୁତ୍ ବୈରାଗୀ, ଆଶିଷ ବାଇନ୍, ଚିରଞ୍ଜିବୀ ସରକାର, ଉତ୍ତମ ରାୟ, ଜଗନ୍ନାଥ ପଡିଆମୀଙ୍କ ସମେତ ସଂଘର ସଦସ୍ୟମାନେ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande