ବିବାଦ ସମାଧାନରେ ମଧ୍ୟସ୍ଥତାର ଭୂମିକା ଓ ତା’ର ମହତ୍ଵ' ଶୀର୍ଷକ ଜାତୀୟ ସ୍ତରୀୟ କର୍ମଶାଳା
ମାଲକାନଗିରି, ୨୮ ଏପ୍ରିଲ୍ (ହି.ସ.)- ମାଲକାନଗିରି କୋର୍ଟ ପରିସରରେ ''ବିବାଦ ସମାଧାନରେ ମଧ୍ୟସ୍ଥତାର ଭୂମିକା ଓ ତା’ର ମହତ୍ତ୍ୱ'' ଶୀର୍ଷକରେ ଜାତୀୟ ସ୍ତରୀୟ କର୍ମଶାଳା ୨.୦ ଜାନୁୟାରୀ ୭ ତାରିଖରୁ ଆୟୋଜିତ ହେଉଛି। ମାଲକାନଗିରି ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷା ଏମଏସ
ବିବାଦ ସମାଧାନରେ ମଧ୍ୟସ୍ଥତାର ଭୂମିକା ଓ ତା’ର ମହତ୍ଵ' ଶୀର୍ଷକ ଜାତୀୟ ସ୍ତରୀୟ କର୍ମଶାଳା


ମାଲକାନଗିରି, ୨୮ ଏପ୍ରିଲ୍ (ହି.ସ.)- ମାଲକାନଗିରି କୋର୍ଟ ପରିସରରେ 'ବିବାଦ ସମାଧାନରେ ମଧ୍ୟସ୍ଥତାର ଭୂମିକା ଓ ତା’ର ମହତ୍ତ୍ୱ' ଶୀର୍ଷକରେ ଜାତୀୟ ସ୍ତରୀୟ କର୍ମଶାଳା ୨.୦ ଜାନୁୟାରୀ ୭ ତାରିଖରୁ ଆୟୋଜିତ ହେଉଛି। ମାଲକାନଗିରି ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷା ଏମଏସ ରାଜଲକ୍ଷ୍ମୀ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ସୁଶ୍ରୀ ସଂଗୀତା ପାତ୍ର, ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ଉଦ୍ୟମରେ ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ଅଞ୍ଚଳର ଓକିଲ, ସମାଜସେବୀ ତଥା ବୁଦ୍ଧିଜୀବୀମାନେ ଯୋଗଦେଇ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଆଲୋଚନା କରିବେ । ଶାନ୍ତିପୂର୍ଣ୍ଣ ବିବାଦ ସମାଧାନର ଏକ ସରଳ ଉପାୟ ହେଉଛି ମଧ୍ୟସ୍ଥତା। ଏହି ବ୍ୟବସ୍ଥା ଦ୍ୱାରା ଗୋଟିଏ ବିବାଦକୁ କୋର୍ଟ ବାହାରେ, ଅଳ୍ପ ଖର୍ଚ୍ଚ, ସ୍ଵଳ୍ପ ସମୟରେ ସମାଧାନ କରାଯାଇପାରେ। ଉଭୟ ପକ୍ଷଙ୍କ ପାଇଁ ଗ୍ରହଣୀୟ ଏକ ନିଷ୍ପତ୍ତି ମଧ୍ୟସ୍ଥଙ୍କ ଦ୍ଵାରା କରାଯାଇଥାଏ। ବର୍ତ୍ତମାନ ସମୟରେ ଅଦାଲତରେ କେସ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ମଧ୍ୟସ୍ଥତା ପଦ୍ଧତି ଅତ୍ୟନ୍ତ ଲାଭଦାୟକ ।

ଏହି କର୍ମଶାଳାରେ ମଧ୍ୟସ୍ଥତାର ପ୍ରକ୍ରିୟା, ଆଇନଗତ ଦିଗ, ଏବଂ ଏହାର ବ୍ୟାବହାରିକ ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ। ସାଧାରଣ ଲୋକଙ୍କୁ ଏହି ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ବିଷୟରେ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande