ମେ ୧୪ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ମାଲକାନଗିରି, ୨୮ ଏପ୍ରିଲ୍ (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଆସନ୍ତା ମଇ ୧୪ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ସମେତ ମୋଟୁ, କୁଡୁମୁଲୁଗୁମ୍ମା, ମାଥିଲି କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବା
ମେ ୧୪ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ


ମାଲକାନଗିରି, ୨୮ ଏପ୍ରିଲ୍ (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଆସନ୍ତା ମଇ ୧୪ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ସମେତ ମୋଟୁ, କୁଡୁମୁଲୁଗୁମ୍ମା, ମାଥିଲି କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବିଭିନ୍ନ ପ୍ରକାର ମାମଲାର ବିଚାର କରାଯିବ ଯେମିତିକି ଫୌଜଦାରୀ, ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣା ଜନିତ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଜନିତ ମାମଲା ସମେତ ବୈବାହିକ ବିବାଦ, ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ ଆଦି ମାମଲାର ବିଚାର କରାଯିବ । ତେଣୁ ଏହି ଲୋକ ଅଦାଲତ ମାଧ୍ୟମରେ ଉପରୋକ୍ତ ଜଟିଳ ମାମଲାର ଶୀଘ୍ର ସମାଧାନ ନିମନ୍ତେ ଭାଗ ନେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ଓ ତାଲୁକ ଆଇନ ସେବା କମିଟି ପକ୍ଷରୁ କୁହାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande