ଅଂଶୁଘାତ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୨୮ ଏପ୍ରିଲ୍ (ହି.ସ.)- ଵ୍ରହ୍ମପୁର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନ ଠାରେ ଅଂଶୁଘାତ ନିରାକରଣ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପରୁ ରକ୍ଷା
ଅଂଶୁଘାତ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର


ଗଞ୍ଜାମ, ୨୮ ଏପ୍ରିଲ୍ (ହି.ସ.)- ଵ୍ରହ୍ମପୁର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନ ଠାରେ ଅଂଶୁଘାତ ନିରାକରଣ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ପଦାକୁ ବାହାରନ୍ତୁ ନାହିଁ, କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ ଥିଲେ ପ୍ରଚୁର ଜଳ, ତୋରାଣି, ପଇଡ ପିଇ ଧଳା ଛତା, ଓଦା ଲୁଗା ମୁଣ୍ଡରେ ପଗଡି ବାନ୍ଧି, ଧଳା ସୁତାଲୁଗା ପରିଧାନ କରି ବାହାରନ୍ତୁ l ପାଣି ବୋତଲ ସାଥିରେ ନିଅନ୍ତୁ l ସୂର୍ଯ୍ୟ ତାପରୁ ଚର୍ମକୁ ରକ୍ଷା ପାଇଁ ନଡ଼ିଆ ତେଲ କିମ୍ବା ଘୃତ କୁମାରୀ ରସ ଦେହରେ ଲଗାନ୍ତୁ l ପିଆଜ, କାକୁଡି, ଖରଭୁଜ ଖାଆନ୍ତୁ, ଗୁଡ଼ସର୍ବତ ପିଅନ୍ତୁ l ମୁଣ୍ଡ ଘୁରାଇଲେ, ଜିଭ ଶୁଖିଲେ ସର୍ବତ ପିଇ କଦଳୀପତ୍ର ବା ପଦ୍ମପତ୍ର ବିଛାଇ ବିଶ୍ରାମ ନିଅନ୍ତୁ। ତାଳପତ୍ର ବିଞ୍ଚଣା ବା ପଙ୍ଖା ବା ମନ୍ଦ ଏସି ବ୍ୟବହାର କରନ୍ତୁ। ଅଳ୍ପ ବସ୍ତ୍ର ପିନ୍ଧନ୍ତୁ। ବରଫ ସିଧା ଲଗାନ୍ତୁ ନାହିଁ। ମୁଣ୍ଡ ଦେହରେ ଶରୀର ଉତ୍ତାପ ବଢିଲେ ମୁଣ୍ଡ ଧୁଅନ୍ତୁ। ଦେହକୁ ଓଦା କନାରେ ପୋଛିବା ପାଇଁ ପରାମର୍ଶ ଦେଇଥିଲେ l

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande