ବଳଦେବ ଉଚ୍ଚ ବିଦ୍ୟାଳୟରେ ଗୁରୁପୂଜନ ଓ ବନ୍ଧୁମିଳନ
କେନ୍ଦ୍ରାପଡ଼ା, ୦୩ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ପୌରାଂଚଳରେ ଥିବା ବଳଦେବ ଉଚ୍ଚ ବିଦ୍ୟାଳୟର ୨୦୦୧ ମସିହାର ମେଟ୍ରିକ ବ୍ୟାଚ୍ ବନ୍ଧୁମିଳନ ଓ ଗୁରୁପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିସରରେ ୨୦୦୧ମସିହାରେ ମାଟ୍ରିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଉପସ୍ଥିତ ଗୁରୁଙ୍କୁ ପୂଜା କରି ସଭ
ବଳଦେବ ଉଚ୍ଚ ବିଦ୍ୟାଳୟରେ ଗୁରୁପୂଜନ ଓ ବନ୍ଧୁମିଳନ


କେନ୍ଦ୍ରାପଡ଼ା, ୦୩ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ପୌରାଂଚଳରେ ଥିବା ବଳଦେବ ଉଚ୍ଚ ବିଦ୍ୟାଳୟର ୨୦୦୧ ମସିହାର ମେଟ୍ରିକ ବ୍ୟାଚ୍ ବନ୍ଧୁମିଳନ ଓ ଗୁରୁପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିସରରେ ୨୦୦୧ମସିହାରେ ମାଟ୍ରିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଉପସ୍ଥିତ ଗୁରୁଙ୍କୁ ପୂଜା କରି ସଭା ସ୍ଥଳକୁ ପାଛୋଟି ନେଇଥିଲେ ଜ୍ଝପରେ ପରେ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରାକ୍ତନ ଶିକ୍ଷକ ଚିର ରଞ୍ଜନ ରାଉତଙ୍କ ଅଦକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନରେ ସମ୍ମାନିତ ଅତିଥି ଭାବେ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ରୁବିନା ପ୍ରଧାନ, ଶିକ୍ଷକ ତପନ କୁମାର ଦାଶ,ପ୍ରାକ୍ତନ ଶିକ୍ଷକ ପୁରୁଷୋତମ ପ୍ରଧାନ, ହେରେକୃଷ୍ଣ ପତି, ମିନତୀ ଦାସ, ନୃସିଂହ ତ୍ରିପାଠୀ, ଆଦି ଉପସ୍ଥିତ ହୋଇ ଛାତ୍ରଛାତ୍ରୀମାନଙ୍କୁ ସଂଗଠିତ ହୋଇ ରହିବା ସହ ସମାଜରେ ଅବହେଳିତ ଓ ନିଷ୍ପେସିତ ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଆଜି ସ୍ୱାର୍ଥପର ସମୟରେ ପ୍ରକୃତ ବନ୍ଧୁ ମିଳିବା କଷ୍ଟକର ଜ୍ଝଦୀର୍ଘ ବର୍ଷ ପରେ ପୁଣି ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଏକ ଉଦ୍ଧାହରଣ ସୃଷ୍ଟି କରିଛନ୍ତି। ପରସ୍ପର ପ୍ରତି ସାହାଯ୍ୟ ସହଯୋଗ ରଖି ଦୁଖଃଦ ସମୟରେ ଠିଆ ହେବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ଶ୍ରୀ ରାଉତଙ୍କ ଆବେଗ ଓ କୋହଭରା ଅଭିଭିଭାଷଣ ପିଲାମାନଙ୍କୁ ଉଚ୍ଚ ଆକାଂକ୍ଷା ପାଇଁ ପ୍ରେରଣା ଯୋଗାଇଥିଲା। ଏହି ବ୍ୟାଚର ପିଲାମାନେ ଦୀର୍ଘ ୨୬ବର୍ଷ ପରେ ଉପସ୍ଥିତ ହୋଇ ନିଜ ସ୍କୁଲ ସମୟର ଅନୁଭୂତି ବଖାଣି ଥିଲେ। ଫଳରେ ଏକ ଭାବବିଭୋଳ ପରିବେଶ ସୃଷ୍ଟି ହୋଇଥିଲା। ପୁରାତନ ଛାତ୍ର ଅସିତ ପଣ୍ଡା କାଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande