ମାଟିବଂଶ ଅବଧାନ ସମାଜ ପକ୍ଷରୁ ସାମୁହିକ ବ୍ରତ ଉପନୟନ
କେନ୍ଦ୍ରାପଡ଼ା, ୦୩ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ମାଟିବଂଶ ଅବଧାନ ସମାଜ ପକ୍ଷରୁ ପୈାରାଂଚଳ ଅନ୍ତର୍ଗତ ସୁନ୍ଦରାପାଳ ଗ୍ରାମସ୍ଥ ଶ୍ରୀ ଶ୍ରୀ ବାବା ସପ୍ନେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ବ୍ରତ ଉପନୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଟିବଂଶ ସମାଜର ୮ ଜଣ ବ୍ରହ୍ମ୍ମଚାରୀଙ୍କ ବ୍ରତ ଉପନୟ
---ମାଟିବଂଶ ଅବଧାନ ସମାଜ ପକ୍ଷରୁ ସାମୁହିକ ବ୍ରତ ଉପନୟନ


କେନ୍ଦ୍ରାପଡ଼ା, ୦୩ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ମାଟିବଂଶ ଅବଧାନ ସମାଜ ପକ୍ଷରୁ ପୈାରାଂଚଳ ଅନ୍ତର୍ଗତ ସୁନ୍ଦରାପାଳ ଗ୍ରାମସ୍ଥ ଶ୍ରୀ ଶ୍ରୀ ବାବା ସପ୍ନେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ବ୍ରତ ଉପନୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଟିବଂଶ ସମାଜର ୮ ଜଣ ବ୍ରହ୍ମ୍ମଚାରୀଙ୍କ ବ୍ରତ ଉପନୟନ ଅନୁଷ୍ଠିତ ହୋଇଯାଇଛି। ବୈଦିକ ରୀତିରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗ୍ରାମବାସୀ ମାନେ ସମସ୍ତ ପ୍ରକାର ସହାୟତା କରିଥିଲେ। ସମାଜର ରାଜ୍ୟ ସଭାପତି ଅଭିରାମ ନାୟକ, ନଗର ସଭାପତି ହରେକୃଷ୍ଣ ମହାରଣା, ସହ ସଂପାଦକ ଅଭିମନ୍ୟୁ ନାୟକଙ୍କ ସମେତ କପିଳେଶ୍ୱର ପାଣି, ବାବାଜୀ ମହାରଜ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande