ଇଟାପୋଖରୀ ଗ୍ରାମରେ ପାନୀୟ ଜଳ ସମସ୍ୟା
କେନ୍ଦୁଝର, ୦୩ ଏପ୍ରିଲ୍ (ହି.ସ.) - ବାଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ପଂଚାୟତ ଅଧିନସ୍ଥ ଇଟାପୋଖରୀ ଅଂଚଳର ଗ୍ରାମ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଥିବାବେଳେ ପାନୀୟ ଜଳ ସମସ୍ୟା ତୀବ୍ରତର ହୋଇପଡିଛି । ମିଳିଥିବା ଅଭିଯୋଗ ଅନୁସାରେ ସରକାର ଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମର ରାସ୍ତା କଂକ୍ରିଟ ରାସ୍ତା ନିର୍ମାଣ
Water problem


କେନ୍ଦୁଝର, ୦୩ ଏପ୍ରିଲ୍ (ହି.ସ.) - ବାଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ପଂଚାୟତ ଅଧିନସ୍ଥ ଇଟାପୋଖରୀ ଅଂଚଳର ଗ୍ରାମ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଥିବାବେଳେ ପାନୀୟ ଜଳ ସମସ୍ୟା ତୀବ୍ରତର ହୋଇପଡିଛି ।

ମିଳିଥିବା ଅଭିଯୋଗ ଅନୁସାରେ ସରକାର ଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମର ରାସ୍ତା କଂକ୍ରିଟ ରାସ୍ତା ନିର୍ମାଣ ସହ ପାନୀୟ ଜଳର ସୁବ୍ୟବସ୍ଥା କରାଯାଉଥିବା ଥିବା ବେଳେ ଇଟାପଖୋରୀ ଅଂଚଳର ଗ୍ରାମ୍ୟ ରାସ୍ତା ନିର୍ମାଣ କିମ୍ବା ମରାମତି ଓ ପାନୀୟ ଜଳର ସୁବ୍ୟବସ୍ଥା ପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଉକ୍ତ ଅଂଚଳର ଗରିବ ଅଧିବାସୀ ମାନେ ପାନୀୟ ଜଳ ସମସ୍ୟା କୁ ନେଇ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଥିବାବେଳେ ଜୀବନ ଜୀବିକା ପାଇଁ ଯାତାୟାତ କରୁଥିବା ଉକ୍ତ ଗ୍ରାମ୍ୟ ରାସ୍ତା କୁ ନେଇ ଘୋର ଦୂରଦିନର ସମ୍ମୁଖୀନ ହେଉଥିବାର ଉକ୍ତ ଅଂଚଳର ଅଧିବାସୀ ସାନ୍ତନୁ ଦେହୁରୀ, ଅମର ଦେହୁରୀ, ଶ୍ରୀକାନ୍ତ ନାଏକ, କମ୍ପାନୀ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ଗ୍ରାମର ଗରିବ ଲୋକମାନଙ୍କର ଜୀବନ ଜୀବିକା କୁ ଦୃଷ୍ଟି ରଖି ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦୃଢ଼ ଦାବି କରିଛନ୍ତି ଗ୍ରାମବାସି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande